ଆଜି ଆଉ ସେଦିନ – ବସନ୍ତ ମଞ୍ଜରୀ ଦାସ

ଆଜି ବର୍ଷାଝରେ ମୋ ଗାଆଁ ଦାଣ୍ଡରେ
କଂକ୍ରିଟ୍ ଚଟାଣ ଭୂଇଁ
ଖାଲର ଫୋଟକା ଚାଲି ଏକା ଏକା
ଖୋଜନ୍ତି ବାଲିଆ ଭୂଇଁ ।
ପାଣିଧାର ଗଡେ ବିଲ ବନ୍ଧ ବାଡେ
ଖୋଜି ବେଙ୍ଗୁଲିଙ୍କ ଧାଡି
କଙ୍କିପଲ ଖୋଜି ଥକିଯାଏ ଏବେ
କିଏ ସୂଚେଇବ ଝଡି ?
ମନ୍ଦିର ବେଢାର ଦୁଇ ତିନି ଗଛୁ
ଥପ ଥପ ଧାର ବହି
ଚଟାଣରୁ ସିଧା ଅମୃତ କୁଣ୍ଡରେ
ସ୍ଥିର ହୋଇ ଯାଏ ରହି ।
ସେବେଳ ବରଷା ଚଷାଙ୍କର ଭାଷା
ବୁଝୁଥିଲା ବୋଲି ସିନା
ଗାଆଁ ଦାଣ୍ଡ ଛୁଇଁ ଧିରେ ବହି ଯାଇ
ବିଲ ମାଟି କରେ ଚୂନା ।
ମାଟିରୁ ପଥର,ଇଟା ଗଢା ଘର
ମାଟି ଦୁଃଖ ଟିକେ ବୁଝ ?
ଆଗାମୀ ସ୍ବପନ ହୋଇବ ମହାନ
ଆପଣାର ସ୍ବାର୍ଥ ତେଜ ।


ସା-ଶାଗବାରିଆ, ପୋ-ତିରଣ,
ଭାୟା-ତିରଣ, ଜିଲ୍ଲା-ଜଗତସିଂହପୁର

One thought on “ଆଜି ଆଉ ସେଦିନ – ବସନ୍ତ ମଞ୍ଜରୀ ଦାସ

ମନ୍ତବ୍ୟ ରଖନ୍ତୁ..