ଆଜିର ଗଣତନ୍ତ୍ର – ନିରଞ୍ଜନ ପଣ୍ଡା

ଗଣତନ୍ତ୍ର,ସେତ ଅବଳା ନାରୀର ଦୁଃଖ
ପୁଣି ଦୁର୍ବଳର ପ୍ରତିଶବ୍ଦ
ଯେତେ ହତ୍ୟା କର ଅବା କ୍ଷତ ବିକ୍ଷତ କର
କରେ ନାହିଁ ପ୍ରତିବାଦ
ଦେଖୁଥାଏ ହୋଇ ସ୍ତବ୍ଦ
ଓହଃ,…………………
କଳା ପାହାଡ଼କୁ ନ୍ୟାୟ ଦେବା ପାଇଁ
ଏଠି, ସଭିଏଁ ହୁଅନ୍ତି ବ୍ୟଗ୍ର ||

ଗଣତନ୍ତ୍ର,ଏବେ ଅନ୍ୟାୟର ବଡ଼ ଅଙ୍ଗ
ସମ୍ବିଧାନର ମିଥ୍ୟା କୁମ୍ଭ
ଏଠି ସୁବିଧା ବାଦର ସୁନ୍ଦର ଉଦାହରଣ
ଦେଖି ଦେଖି ଆଖି ଅନ୍ଧ
ନଦେଖିଲେ ବି ପାଟି ବନ୍ଦ
ଓହଃ,………………….
ଅନ୍ୟାୟର ଯାତ୍ରା ଦେଖିବାକୁ ଭିଡ଼
ପୁଣି ନ୍ୟାୟ ମାଗିଲେ ଯୁଦ୍ଧ ||

ଗଣତନ୍ତ୍ର,ଏବେ ଗଣିତ ତନ୍ତ୍ରର ଅଙ୍କ
ପିଲା ଗଣିତର ମାନସାଂକ
ହିସାବ ନିକାସ ମିଶାଣ ଫେଡ଼ାଣକୁ ନେଇ
ସଂଖ୍ୟା ଗଣିତର ଏକ ଅଂଶ
ଲୋକ ଦେଖାଣିଆ ଲୋକତନ୍ତ୍ର
ଓହଃ,………………….
ନିର୍ବାଚନ ପରେ ସରକାର ଘରେ
ଅଛିଣ୍ଡା ଗଣିତ ଅଙ୍କ ||

ଗଣତନ୍ତ୍ର,ସେତ ଦୁଇ ଦିନର ଅତିଥି
ଜେଲ୍ ଫେରନ୍ତା କଇଦି
ଜାନୁଆରୀ ଛବିସ୍ ଅବା ଅଗଷ୍ଟ ପନ୍ଦରେ
ମନେପଡ଼େ ଗଣତନ୍ତ୍ର ବିଧ୍ୟି
ବନ୍ଦେ ମାତରମ୍ ର ଅାବୃତି
ଓହଃ…………………..
ସଞ୍ଜ ନଇଁଗଲେ ଅତିଥି ଅଚିହ୍ନା
ଏଠି ଗଣତନ୍ତ୍ର ନିଜେ ବନ୍ଦୀ ।।


ନିରଞ୍ଜନ ପଣ୍ଡା,
ପୁରଣ ପଧାନ, ଶିଶିଲୋ, ବାଳକାଟି, ଖୋର୍ଦ୍ଧା,
ମୋ- ୮୦୯୩୮୯୮୯୮୪

ମନ୍ତବ୍ୟ ରଖନ୍ତୁ..