ଆମେ ଦୁହେଁ ବିଭୋର – ଓମ୍ ପ୍ରକାଶ ବିଶ୍ୱାଳ

ଶ୍ରାବଣର ପହିଲି ବର୍ଷାରେ
ଭିଜାମାଟିର ବାସ୍ନା ପରି,
ତମ ଦେହର ଭୁରୁଭୁରୁ ଗଂଧ
ମୋତେ ଆନମନା କରେ,
ମନ ଖୋଜେ ତମକୁ
ଏ ବର୍ଷାରେ…
ତମେ ଥାଆନ୍ତକି, ମୋ ପାଖରେ,…,
ତମେ ବର୍ଷାରେ ଭିଜୁଥାନ୍ତ,
ମୁଁ ତମ ପ୍ରେମରେ ଭିଜୁଥାନ୍ତି
ଭିଜିଭିଜି ଆମେଦୁହେଁ,
ପାଲଟନ୍ତେ ଦେହରୁ ବିଦେହ…
ତମେ ବି ବିଭୋର, ମୁଁ ବି ବିଭୋର…


ଦୋଳସାହି, ଭଦ୍ରକ

ମନ୍ତବ୍ୟ ରଖନ୍ତୁ