ଅବତାର

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସୃଷ୍ଟିର ଆରମ୍ଭରେ ଭଗବାନ ଲୋକ ସୃଷ୍ଟି ନିମନ୍ତେ ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ,ପଞ୍ଚ ମହାଭୂତ ଓ ମନ, ଏହି ଷୋଳଟି ଅଂଶରେ ଖଚିତ ପୁରୁଷ ମୂର୍ତ୍ତି ଧାରଣ କରନ୍ତି । ସେହି ପରମପୁରୁଷ ବିଷ୍ଣୁ ହେଉଛନ୍ତି ସମସ୍ତ ଅବତାରଙ୍କ ଉତ୍ସ ସ୍ଥଳ । ସଧାରଣତଃ ଦଶଟି ଅବତାର କଥା ଆମେ ଜାଣୁ । କିନ୍ତୁ ଭାଗବତ ୨୪ ଟି ଅବତାରଙ୍କ କଥା ଉଲ୍ଲେଖ କରି ମଧ୍ଯ , ତାପରେ ଯୋଗ କରିଛନ୍ତି ଅନ୍ୟ ଅବତାରଙ୍କ କଥା । ଅକ୍ଷୟ ସରୋବରରୁ ଜଳସ୍ରୋତମାନ ନିର୍ଗତ ହେବାପରି , ସୃଷ୍ଟିର ଉତ୍ସସ୍ଥଳ ଶ୍ରୀହରିଙ୍କଠାରୁ ଅସଂଖ୍ଯ ଅବତାର ଆର୍ବିଭୂତ ହୁଅନ୍ତି । କେହି କେହି ତାଙ୍କର ଅଂଶ , ଆଉ କେହି କେହି ତାଙ୍କର କଳା ଓ ବିଭୂତି । କିନ୍ତୁ ଶ୍ରୀକୃଷ୍ଣ ହେଉଛନ୍ତି ସ୍ବୟଂ ଭଗବାନ । ସେ ଯୁଗେ ଯୁଗେ ଅବତୀର୍ଣ୍ଣ ହୋଇ ଦୈତ୍ଯପୀଡିତ ଧରା ଓ ଲୋକମାନଙ୍କୁ ରକ୍ଷା କରନ୍ତି । ସାଧାରଣତଃ ଯେଉଁ ଦଶଟି ଅବତାରଙ୍କ କଥା କୁହାଯାଏ, ସେମାନେ ହେଲେ ଯଥା : ମସ୍ଯ ,କୂର୍ମ , ବରାହ, ନରସିଂହ, ଵାମନ, ପରଶୁରାମ, ରାମଚନ୍ଦ୍ର, ବଳରାମ, ବୁଦ୍ଧ ଓ କଳ୍କି । କିନ୍ତୁ କେଶବ ହିଁ ଏହି ସବୁ ଅବତାର ରୂପ ଧାରଣ କରିଛନ୍ତି ।

ସଂଗ୍ରହକାରୀ-କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *