ପରବାସ ବେଢି – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ରଂଗର ପରବ ଖୁସିଭରୁ ଜୀବନେ
ହଟୁ ସର୍ବମନେ ଦୁଃଖ
ପରବାସେ ରହି ପାଉଛି ଯାତନା
ଝୁରୁଛି ମାଟିର ମହକ

ଗାଁ ଭାଇ ସତେ କେତେ ଆପଣାର
ସହରେ ମିଳେନି ଦେଖା
ପୁନେଇ ପରବେ ଝୁରି ହୁଏ ମନ
ମିଳେ ନାହିଁ କେହି ସଖା

କର୍ମଜଞ୍ଜାଳ ଏମିତି ଘାରିଛି
ଅର୍ଥ କ୍ଷମତା କରିଛି ବାଇ
ନିଷ୍କଳଙ୍କ ମନ ସେ ହସହସ ବଦନ
ଆଜି ଯାଇଛି ସ୍ବପ୍ନ ହୋଇ

ଯେତେ ଯାହାକଲେ ହସି ତ ପାରୁନୁ
ଦାନ୍ତ ଖାଲି ଯାଏ ଦିଶି
ମନ ଖୋଲା ହସ କେବେଠୁ ଭୂଲିଛୁ
ହଜିଯାଇଛି ସେ ଅତିତ ଖୁସି

ସକାଳ ପହରୁ ନିଦ ଭାଙ୍ଗୁନାହିଁ
ଶୁଭୁ ନାହିଁ ସେ ହଳିଆ ଡାକ
ପୋଖରୀ ଗାଧୁଆ ହେଲାଣି ସାତ ସପନ
ଦିଶୁନାହିଁ ଆଉ କେହି ମିତ

ରଜ ଜାଗର ଦୋଳ ପୁନେଇରେ
ଗୁମୁରି ଗୁମୁରି କାନ୍ଦୁଛି
ଆମାନିଆ ମନ ବୁଝୁନାହିଁ ସେତ
ପାଦେ ପରବାସ ବେଢି ପଡିଛି।
🌸🌸🌸
ଜମ୍ବେଶ୍ବରପୁର,ବାଲେଶ୍ବର
ଓଡିଶା,୯୩୩୭୬୮୧୫୨୪

Leave a Reply

Your email address will not be published. Required fields are marked *