ନ ଯିବି ଆଉ ବିଦେଶ – ବାସନ୍ତୀ ଲତା ଜେନା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଡିଗ୍ରୀ ଧାରୀ ହୋଇ ବିଦେଶକୁ ଗଲି
ଚାକିରୀ କରିବି ବୋଲି
ବାହ୍ୟ ଚାକ ଚକ୍ୟ ମୋ ମନ ଘାରିଲା
ଦେଶ ଆଉ ନ ଫେରିଲି l 1l
ବିଦେଶକୁ ଗଲି ଚାକିରୀ କରିଲି
ବିଦେଶୀକୁ ବିଭା ହେଲି
ଜନକ ଜନନୀ ଅତି ଆପଣାର
ଧୀରେ ଧୀରେ ଭୁଲି ଗଲି l 2l
ଚିକେନ ମଟନ ରୋଷାଇ ନ ହେଲେ
ଭାତ ରୁଚେ ନାହିଁ ମୋତେ
ପଇସା ଅଭାବ ମୋ ପାଖରେ ନାହିଁ
ନ ଖାଇବି କାହିଁ ସତେ l 3l
ବିଦେଶ ଆସିଛି ଏସିରେ ବସିଛି
କାମ କରେ ରାତି ଦିନ
ପଇସାର ମୋହ ମୋତେ ଲାଗିଗଲା
ଭୁଲି ଗଲି ପିଲା ଦିନ l 4l
ମାଟି କାଦୁଅ ତ ଗୋଡ଼େ ଲାଗେ ନାହିଁ
ବିଦେଶ ସଫା ସୁତର
ଅଫିସର ସାଥି ମୋର କେତେ ହୁନ୍ତି
କାହିଁକି ଫେରିବି ଘର l 5l
ସମୟ ଆସିଲା ପ୍ରକୃତି ହସିଲା
ଶାସ୍ତି ଦେବା ପାଇଁ ମୋତେ,
କରୋନା ରୂପକ ମହାମାରୀ ଡାକି
ହନ୍ତସନ୍ତ କରେ କେତେ l 6l
ଲକ ଡାଉନ ସଟ ଡାଉନ ହେଲା
ବନ୍ଦ ହୋଇଲା କମ୍ପାନୀ
ରଖି ଥିବା ଧନ ସରି ସରି ଗଲା
ଭାଳେଣି ପଡିଲା ପୁଣି l 7l
ବାପା ମାଆ କଥା ମନେ ପଡେ ଆଜି
ମନେ ପଡେ ଗାଆଁ କଥା
ବହୁ କଷ୍ଟ କରି ଗାଆଁକୁ ଫେରିଛି
ଭୁଲିବି ବିଦେଶ କଥା l 8l
ଗାଆଁ ମାଟି ଧୂଳି ଚନ୍ଦନ ହୋଇବ
ସ୍ଵଚ୍ଚ ପବନେ ନିଃଶ୍ବlସ
କେଉଁ କାମ ହେଲେ ଏଇଠି କରିବି
ନ ଯିବି ଆଉ ବିଦେଶ l 9l

ବାସନ୍ତୀ ଲତା ଜେନା, ଗାନ୍ଧିନଗର,
ନବରଙ୍ଗପୁର, ମୋ, :8658655979

Leave a Reply

Your email address will not be published. Required fields are marked *