ପତ୍ର

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କେଡେ ସୁନ୍ଦର ଏ ସବୁଜ ବନାନୀ
ଦେଇଛି ନବ ଜୀବନ
ଫୁଲ ଫଳ କାଣ୍ଡ ପତ୍ର ମୂଳ ଦେଇ
ଜୀବନ୍ତ କରିଛି ପ୍ରାଣ।

ବିଚରା ପତ୍ରଟି ଗଛ ହିତ ପାଇଁ
କରୁଥାଏ ସଦା ଚିନ୍ତା
କହେ ହେ ତପନ ଦିଅ ହେ କିରଣ
ଲେଖିବି ମୁଁ ଅନୁଚିନ୍ତା।

ସୂରୁଯଠୁ ଆଣେ ତା କିରଣ ରେଣୁ
ବାୟୁଠୁ ଅଙ୍ଗାରକାମ୍ଳ
ମୂଳ ବାଟେ ଶୋଷେ ସୁମଧୁର ଜଳ
ଆଉ ଖଣିଜ ଲବଣ।

ମା ପରି ରାନ୍ଧେ ଅତି ଯତନରେ
ଆଦରେ ଶର୍କରା ଖାଦ୍ୟ
ସଭିଙ୍କୁ ପ୍ରେମରେ ପରଶେ ଖୁସିରେ
ସତରେ ପୂଜ୍ୟା ସେ ଆଦ୍ୟ।

ତା ଖାଦ୍ୟକୁ ଖାଇ ମୂଳ ଡାଳ ଫୁଲ
ଫଳ ହୁଅନ୍ତି ସବଳ
ଶ୍ବାସକ୍ରିୟା କରି ଜୀବନ ସଂଚରେ
ତା ଦାନ ଅମୂଲା ମୂଲ।

ଅଙ୍ଗାରକାମ୍ଳ କୁ ନେଇ ଖାଦ୍ୟ ରାନ୍ଧେ
ସୃଷ୍ଟି କରେ ଅମ୍ଳଜାନ
(ସେ) ଅମ୍ଳଜାନ ଦେଇ ଜୀବଙ୍କୁ ବଂଚାଏ
ପ୍ରଶ୍ୱାସେ ଭରି ସ୍ପନ୍ଦନ।

ନିଜ ପରିବାରେ ସଭିଙ୍କୁ ଭୁଞ୍ଜାଏ
କରେ ସଭିଙ୍କୁ ସ୍ୱାଗତ
ତାର ଖାଦ୍ୟ ଖାଇ ବଂଚନ୍ତି ହସନ୍ତି
ବିଶ୍ୱର ଜୀବଜଗତ।

ମୂରୁଖ ଅଜ୍ଞାନ ଚିହ୍ନନ୍ତିନି ତାକୁ
ବୁଝନ୍ତିନି ତା’ର ଗୁଣ
ଛିଡାଇ ଫିଙ୍ଗନ୍ତି ରାସ୍ତାରେ ଘାଟରେ
ଡାକନ୍ତି ଆସ ମରଣ।

ତା ଠାରୁ ସଭିଏଁ ପାଇଥାନ୍ତି ଖାଦ୍ୟ
ବାସଗୃହ ଓ ବସନ
ବରଷା ଝରଣ ମାଟି ସଂରକ୍ଷଣ
ଔଷଧ ଆଉ ଇନ୍ଧନ।

ପରୋକ୍ଷରେ ହେଉ ପ୍ରତ୍ୟକ୍ଷରେ ଅବା
ସେ ତ ଆମ ମୂଳପିଣ୍ଡ
ଅଂଶୁଘାତ ହୁଏ ତା ବିନା ଜଗତେ
ଧ୍ୱଂସ୍ତ ଏ ବିଶ୍ୱବ୍ରହ୍ମାଣ୍ଡ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Leave a Reply

Your email address will not be published. Required fields are marked *