ଆତଙ୍କି ଆତଙ୍କ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆତଙ୍କି ,ଆତଙ୍କ
✍️ସୁଧାକର ସେଠୀ

ରକ୍ତନିଗାଡି ରଚିଛ ଇତିହାସ
ବଳିଦାନ କେବେବି ଯିବନି ବ୍ୟର୍ଥ
ଫୁଲଓ୍ବାମା ବୁକୁର ସେ ଦିନ ଘଟଣା
ଥରାଇ ଦେଇଛି ସାରା ଭାରତବର୍ଷ।

ଆତତାୟିର ନିର୍ମମ ପ୍ରହାର
ଭୂଲିନି ଭୂଲିବନି ଏ ଜାତି
ତାର ସୁପୁତ୍ର ବୀର ସୈନିକର
ପ୍ରତି ରକ୍ତବିନ୍ଦୁ ଅଛି ସାଖି ।

କରିଛି ପଣ କରୁଛି ରଣ
ଆତଙ୍କ ଆତଙ୍କି ସାଥେ
ବଙ୍କର ଭାଙ୍ଗିଛି ଭାଙ୍କିଛି ଶୀବିର
ଘରେପଶି ମାରିଛି କେତେ ।

ଆତଙ୍କି ଆତଙ୍କ ନୁହଁଇ ଜାତି
ଏତ ହୀନ ମାନସିକତା
ଧ୍ବଂସ ପଥର ପଥିକ ସେମାନେ
ହିଂସାହିଁ ତାଙ୍କ ପରିଭାଷା ।

ବିଳମ୍ଵେ ହେଲେବି ବୁଝିଲାଣି ବିଶ୍ଵ
ବୁଝିଲାଣି ଏ ମାନବ ଜାତି
ଆତଙ୍କି ଆତଙ୍କ ବିନାଶ ଘଟିଲେ
ଜଗତେ ଫେରିଵ ଶାନ୍ତି ।

ହସିଵ ବିଶ୍ବ ଭାତୃ ପ୍ରେମରେ
ରହିବନି ଆତଙ୍କି ଭୟ
ହେବ ଏ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି
ହେବ ମାନବତାର ଜୟ।

ଜମ୍ବେଶ୍ଵରପୁର, ଵାଲେଶ୍ବର
ଦୁରଭାଷ ନଂ-9337681524

Leave a Reply

Your email address will not be published. Required fields are marked *