ମାଗେ ଆଶିଷ – ଗୋପାଳ ଚନ୍ଦ୍ର ସାଓ

ଲେଖକ ପରିଚୟ

ଗୋପାଳ ଚନ୍ଦ୍ର ସାଓ
ବିକେସି, କଲୋନୀ, ବାରିପଦା, ମୟୂରଭଞ୍ଜ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମୋ
ସଂକ୍ଷିପ୍ତ ଆୟୁଷରୁ
ପୁଣି ଗୋଟେ ବର୍ଷ ଖର୍ଚ୍ଚ କରି
ବିମ୍ବିତ ମନଟି ଆଜି
ବାହୁନି ଉଠେ ନିଜ ଭିତରେ….

ଦେଖ…,
ଇଚ୍ଛାର ସୋରିଷ କ୍ଷେତରେ
ହଠାତ ରଙ୍ଗ ପରିବର୍ତ୍ତନ
ଆଉ ବଦଳି ଯାଏ
ଡରମିଶା ନିଷ୍ପତ୍ତି
ପିନ୍ଧିବାକୁ ହୁଏ ନୂଆ
ଏ ନଶ୍ଵର ଜୀବନରେ…

ଏଇତ…!!
ବଞ୍ଚିବାର ଲୋଭ ଭିତରେ
ଉସୁକେଇ ଯାଏ ବୈରାଗ୍ୟ
ହେଲେ କର୍ତ୍ତବ୍ୟ…,
ବାଟ କଢେଇ ନିଏ
ତା ସହର ଆଡ଼କୁ
ମୋ ଇଚ୍ଛା ବିରୁଦ୍ଧରେ…

କିନ୍ତୁ…,
ଦ୍ଵିମୁଠା ପାପ ପୁଣ୍ୟ ଧରି
ଚାହୁଁ ଚାହୁଁ ଏ ଜୀବନ
ପାଦ ଥାପି ଦିଏ
ଶେଷ ଆୟୁଷ ଆଡକୁ
ତଥାପି ବଞ୍ଚିବାର ଆଶାରେ…

ଏଇ
ଦରଭଙ୍ଗା ନଉକାକୁ
ସଜାଡୁ ସଜାଡୁ
ଅଚାନକ ପାଣି ସବୁ ଶୁଖିଯାଏ
ଲାଗେ ସତେ ଯେମିତି
କାହା ମନ୍ତୁରା ପାଣି ଛିଞ୍ଚା ରେ….

ଆରେ ହଁ
ମୁଁ ତ ନାଉରି ଟିଏ
ଖୋଲା ଆକାଶ ତଳେ
ସମୟକୁ କହିଦେଇଛି
ମୋ ଶେଷ ଇଚ୍ଛା
ହେଲେ…,
ନାଆ ଆଉ ନାଉରି
ତା ଇଙ୍ଗିତରେ…

ସବୁ ପରେ…;
ଭାବପ୍ରବଣତାରେ
ନିମଗ୍ନ ଆଜି ମୁଁ
ପାଇବି ବୋଲି
ଆଶୀର୍ବାଦର ହାତ ଟିଏ
ସ୍ନେହ ଶ୍ରଦ୍ଧା ସୁମନ ବାଢି
ତିଆରି କରିଛି କିଛି
ଫେରିପାଇବାର ତାଲିକା ଟିଏ
ଦିଅ…, ଦିଅ ହେ
ଆଞ୍ଜୁଳାଏ ଖୁସି
ମୋ ଜନ୍ମ ଦିନରେ….

ଗୋପାଳ ଚନ୍ଦ୍ର ସାଓ
ଦେଉଳି, ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *