ହାକିମଙ୍କ ସମ୍ବିଧାନ – ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଲେଖକ ପରିଚୟ

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଶ୍ରୀକ୍ଷେତ୍ର ବିହାର, ଆଇଗିଣିଆ, ଭୁବନେଶ୍ୱର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ନିଜ କର୍ମଚାରୀ ଗାଳି ଖାଇବାଟା
ହାକିମଙ୍କ ସମ୍ବିଧାନ
ସାମାନ୍ୟ ଜବାବ ଦେଲେବି କୈଫତ୍
ହାକିମଙ୍କ ଡିସିସନ୍ ।
କିଛି ଡିସିସନ୍ ନନେଇ ହାକିମ
ସବୁ କାମ ହୁଏ ଡେରି
କିନ୍ତୁ ସେଥିପାଇଁ ବଳି ପଡିଥାଏ
ଖାଲି ତଳ କର୍ମଚାରୀ।
ହାକିମ କୁହନ୍ତି ତାଙ୍କ ହାକିମଙ୍କୁ
ଯେତେ ସବୁ ମିଛକଥା
କାମ ଡେରି ପାଇଁ କୈଫତ୍ ତଲବ
କର୍ମଚାରୀ ମୁଣ୍ଡବ୍ୟଥା।
ଡାହାଳ କୁକୁର ଯେମିତି ଭୁକନ୍ତି
ହାକିମ ସେପରି କରି
ବାହାର ଲୋକଙ୍କ ଆଗରେ ବିଚରା
ଗାଳି ଖାଏ କର୍ମଚାରୀ।
କର୍ମଚାରୀଙ୍କର ଭୁଲ୍ ବାଛିବାଟା
ହାକିମଙ୍କ ଅଧିକାର
ଭଲ କାମପାଇଁ କେବେବି ସେମାନେ
ପାଆନ୍ତିନି ପୁରଷ୍କାର।
ଦୁଇପଦ ସ୍ନେହ କଥା ଶୁଣିଦେଲେ
ହୋଇଥାନ୍ତା ବିପରୀତ
ସବୁ କାମ ମଧ୍ୟ ଠିକରେ ଚାଲନ୍ତା
ବାତାବରଣ ବି ସୁସ୍ଥ।

Leave a Reply

Your email address will not be published. Required fields are marked *