ପଖାଳ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପଖାଳ

ଓଡିଆଙ୍କ ପ୍ରିୟ ପଖାଳ ଭାତ ଯେ
ଖାଇବାକୁ ଲାଗେ ମଜା
କେଡେ ସୁଆଦିଆ ସକାଳ ପଖାଳ
ତା’ ସାଙ୍ଗକୁ ଆଳୁ ଭଜା ।୧।

ଶରୀରକୁ ଥଣ୍ଡା ରଖିଥାଏ ପୁଣି
ନିଦ ଆଣିଦିଏ ବେଶି
ପିଲାଠାରୁ ବୁଢ଼ା ସଭିଙ୍କ ଆଦର
ଘରଣୀ ହୁଅନ୍ତି ଖୁସି ।୨।

ମୂଲିଆ ପୁଅଟି ହଳଠିଆ କରି
ହିଡମୁଣ୍ଡେ ଯେବେ ବସେ
ମାଲିକ ପଖାଳ ମନଭରି ଖାଇ
ଆନନ୍ଦରେ କେତେ ହସେ ।୩।

ବିଦେଶରେ ଥିବା ଓଡିଆ ଭାଇଙ୍କୁ
ମିଳେନି ଗାଆଁ ପଖାଳ
ଘରକୁ ଆସିଲେ ମାଆକୁ କହନ୍ତି
ପଖାଳ ଦିଅ ସଅଳ ।୪।

କାଠଚୁଲି ରନ୍ଧା ପଖାଳ ଭାତକୁ
ଦେଖିବା ହେଲା ସପନ
ଆଜିର ଘରଣୀ କାଠଜାଳ ଛାଡି
ଗ୍ଯାସରେ ଦେଲେଣି ମନ ।୫।

ହାଣ୍ଡି ଆଉ କଳା ପଡୁନାହିଁ ଏବେ
ରୋଷେଇରେ ଗୋଳମାଳ
ମିଳୁନାହିଁ ମଜା ଯେଵେଠୁ ଉଠିଲା
ମାଟି ହାଣ୍ଡିର ପଖାଳ ।।୬।।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *