ସେ ପୁଣି ଲୀଳାମୟ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

********ସେ ପୁଣି ଲୀଳାମୟ ***********
ଅପରାହ୍ନରେ ଦିନେ
ପଚାରିଲେ ମୋତେ ସାଧୁଜଣେ
କହିକି ପାରିବ ବାବୁ
କ’ଣ ହୋଇପାରେ
ବିଷ୍ଣୁଙ୍କର ବର୍ଣ୍ଣ ପ୍ରକୃତରେ ,
ମେଘ ବର୍ଣ୍ଣ ନା ଶଶୀ ବର୍ଣ୍ଣ
ଉଭୟ ବର୍ଣ୍ଣିତ ଅଛି
ଶାସ୍ତ୍ରୀୟ ମତରେ ?
ପୁଣି ଏ ଘୋର କଳିରେ
ସେଇ ବିଷ୍ଣୁ ଜଗନ୍ନାଥ ରୂପେ
କଳା ତାଙ୍କ ବର୍ଣ୍ଣ
ଅପୂର୍ବ ସେ ଶ୍ରୀ ଚକାନୟନ
ରଙ୍ଗ ଅଧରେ ଚମକେ
ସେ କଳାବଦନ ।

ଉତ୍ତର ଦେବାକୁ ମନେ ମନେ
ସ୍ମରି ଚକାଡୋଳା
କହିଲି ମୁଁ ସେ ହିଁ ଆକାର ସେ ନିରାକାର
ଆବଶ୍ୟକତାକୁ ଚାହିଁ
ଜଳର ବିଭିନ୍ନ ଅବସ୍ଥା ପରି
ଭିନ୍ନ ଭିନ୍ନ ରୂପରେ
ଭକ୍ତଗଣେ ଥାନ୍ତି ଦେଖାଦେଇ
କେତେବେଳେ ପ୍ରଶାନ୍ତ ବଦନ ଶଶୀବର୍ଣ୍ଣ
ପୁଣି କେତେବେଳେ
ସବୁ ରଙ୍ଗ ସବୁ ପାପ
ଟାଣିନେଇ ନିଜର ଶରୀର
ହୋଇଥାଏ କଳା,
ଶାସ୍ତ୍ରୀୟ ମତରେ
ସବୁ କଳାର ଶ୍ରେଷ୍ଠ କଳାକାର
ଜଗନ୍ନାଥ ନିଜେ ଷୋଳକଳା
ଏ ଧରାରୁ ପାପରାଶି ନିବାରିବା ପାଇଁ
ନେଇ ବହୁ ରୂପ ନାନା ଅବତାରେ
ମତ୍ସ୍ୟ,କଶ୍ଚପ,ବରାହ, ନୃସିଂହ ଆଦି
ଅନେକ ରେ ଏକ
କେତେବେଳେ ଉଗ୍ର ପର୍ଶୁରାମ
ପୁରୁଷୋତ୍ତମ ପ୍ରଶାନ୍ତ ଶ୍ରୀରାମ
ଓମ୍ କାର ବ୍ରହ୍ମ ସ୍ୱରୂପ
ସେ ପୁଣି ଲୀଳାମୟ
ଆଧାର ସେ ପ୍ରେମ ଫଲ୍ଗୁଧାରା
ସୁନ୍ଦର ଲାବଣ୍ୟ ରୂପ ପ୍ରଭୁ ନନ୍ଦବଳା ।
***********ଘନଶ୍ୟାମ ସାହୁ ************
ସହ-ସମ୍ପାଦକ — ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା,
ଜିଲ୍ଲା — ଅନୁଗୋଳ,
ମୋବାଇଲ୍ ନମ୍ବର — ୭୯୭୮୦୫୭୬୯୫

Leave a Reply

Your email address will not be published. Required fields are marked *