ବିଶ୍ୱ ମାତୃ ଦିବସ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ବିଶ୍ୱ ମାତୃ ଦିବସ
ବାସନ୍ତୀ ଲତା ଜେନା

ମା ତୁମେ ଅଟ ମର୍ତ୍ତ୍ୟର ସୁଷମା
ସନ୍ତାନ ମାନଙ୍କ ପାଇଁ
ଅଳକା ପୁରୀର ଶୋଭା ତୁମ ଅଟ
ଜଗତ କଲ୍ୟାଣ ପାଇଁ l 1l
ଅଭୟ ଦl ୟିନୀ ସ୍ନେହ ମୟୀ ତୁମେ
ମମତାର ମଧୁ ଝରା
କଲ୍ୟାଣ କାରିଣୀ ଦୁଃଖ ବିନାଶିନୀ
ଅମୃତର ପ୍ରୀତି ଭରା l 2l
ତୋ ବକ୍ଷର ସୁଧା ଅମୃତ ସମାନ
କୋମଳ ଶିଶୁଙ୍କ ପାଇଁ
ତୋ ହାତର ସ୍ପର୍ଶ ପୁଲକରେ ଭରା
ଶିଶୁ କାନ୍ଦ ବନ୍ଦ ପାଇଁ l 3l
ମୁଁ ଦୁଃଖରେ ଥିଲେ ତୁତ କଷ୍ଟ ପାଉ
ତୋ ମନ ବ୍ୟଥିତ ହୁଏ
ମୋ ପାଦରେ ଟିକେ ଆଘାତ ଲାଗିଲେ
ତୋ ହୃଦରେ ବ୍ୟଥା ହୁଏ l 4l
ମୋ ଆଖିରୁ ଲୁହ ଟୋପାଏ ଝରିଲେ
ତୋ ଆଖିରୁ ଲୁହ ଝରେ
ମୋ ମୁଖରେ ହସ ଫୁଟି ଉଠୁ ଥିଲେ
ଖୁସିରେ ତୋ ହୃଦ ଭରେ l 5l
ତୋ କାନି ପଣତ ଦୁଃଖ ନାଶ କରେ
ଆଦରରେ ଦେଲେ ଛୁଇଁ
ଅନ୍ନ ଥାଳି ଆଣି ଖାଇବାକୁ ଦେଲେ
ଦୁଃଖ ଯାଏ ଦୂର ହୋଇ l 6l
ମାତା ତ ଜନନୀ ସର୍ବ ଶକ୍ତି ମୟୀ
ଦେଖାଏ ଆଲୋକ ପଥ
ମଙ୍ଗଳ କାରିଣୀ ସେବା ଦୟିନୀ ସେ
ଚିର ବନ୍ଦନୀୟା ସେତ l 7l
ସାରା ବିଶ୍ବରେ ଯେତେ ମା ଅଛନ୍ତି
ଏକ ହୃଦୟ ସବୁରି
ସନ୍ତାନଙ୍କ ପାଇଁ ପ୍ରତି ପ୍ରାଣ କାନ୍ଦେ
ମାଆ ନ ହୁଏତ ବୁରି l 8l
ମାତୃ ଦିବସରେ ପ୍ରଣାମ ଜଣାଏ
ସମସ୍ତ ମାଆଙ୍କୁ ମୁହିଁ
ତାଙ୍କ ଆଶୀର୍ବାଦ ସନ୍ତାନ ମାନଙ୍କୁ
ସତ ମାର୍ଗ ଦିଏ କହି l 9l
==== + ====
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979

Leave a Reply

Your email address will not be published. Required fields are marked *