ଲକ୍ ଡାଉନ୍ ଛିଙ୍କ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଶୀର୍ଷକ- ଲକ୍ ଡାଉନ୍ ଛିଙ୍କ

ଘରଣୀ କହୁଛି ବିବାହ ପୂର୍ବରୁ,
ତୁମେ ନଥିଲ ତ ଏତେ ଗୋରା ।
ଏ ଲକ୍ ଡାଉନୁରେ ଦେହଟା ତୁମର,
କେନ୍ତା ସଫା ପଡିଗଲା ପୁରା ?
ମୁଁ କହିଲି ଶୁଣୁଛ ହେରା,
କଳା ଚମଡାଟା ଧଳା ଦିଶିଲାଣି,
ଟିକେ ନ ପଡିବାରୁ ଖରା ।।
ଘରଣୀକୁ ଟିକେ ଡାକିଲି ପାଖକୁ,
କହୁଛି ଦୂରରେ ରୁହ ।
ମିଟିରିଆ ବାଡି ବଢେଇ କହୁଛି,
ବାଡି ସେପଟରେ ଥାଅ ।
କହେ ମୋ ଦେହକୁ ନ ଛୁଅଁ,
ତା କଥା ଶୁଣି ଛିଙ୍କ ଆସେ ଯେବେ,
କହେ ତୁଣ୍ଡୀକୁ ମୁହଁରେ ଦିଅ ।।
ସାନିଟାଇଜର ଆଣି ଦିଏ ମୋତେ,
କହୁଅଛି ଧୁଅ ହାତ ।
ହାତ ନ ଧୋଇଲେ ଶୋଇବ ଓପାସେ,
ବାଢି ନ ଦେବି ମୁଁ ଭାତ ।
ମୋତେ ଶୁଣିକି ଲାଗୁଛି ମୁତ,
ଏକ ଯାଇଯାଇ ଧଇଲା କି ମୋତେ,
ଡାଇବେଟିସିର ଭୂତ ।।

ବୀରେନ୍ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା
ଯୋଗାଯୋଗ-7008793663
Email- beherabirenkumar65@gmail.com

Leave a Reply

Your email address will not be published. Required fields are marked *