କୃଷକ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କୃଷକ

କୃଷି କ୍ଷତ୍ରେ ଆମ୍ଭେ କାର୍ଯ୍ୟକରୁ ବୋଲି
ହୋଇଛି ନାମ କୃଷକ
କୃଷିବିନା କେବେ ଵଞ୍ଚିପାରିବେନି
ଓଡିଶା ରାଜ୍ୟର ଲୋକ ।୧।

ଗରିବର ଦେଶେ ଏ ଓଡିଶା ରାଜ୍ୟେ
ସମସ୍ତେ କରନ୍ତି କୃଷି
କେତେକଷ୍ଟ କରି ଚାଷକାମ କରି
ସଭିଙ୍କୁ ଦିଅନ୍ତି ଖୁସି ।୨।

ବିଜୁ ଘଡଘଡି ଖରାବର୍ଷା ପୁଣି
ତା’ ସାଙ୍ଗକୁ ଝଡବାତ୍ଯା
କୃଷିକ୍ଷେତ୍ରେ ଥାଏ ଏ କୃଷକ ଭାଇ
ଜୀବନକୁ କରି ହତ୍ଯା ।୩।

ଜୀବନକୁ ବାଜି ଲଗାଇ କୃଷକ
କୃଷିକାର୍ଯ୍ୟ କରୁଥାଏ
ପରିଶ୍ରମ ଫଳ ନିରର୍ଥକ ଯେବେ
ଉଚିତ୍ ମୂଲ୍ୟ ନପାଏ ।୪।

ବୁଝୁନାହିଁ କେହି କୃଷିର ମୂଲ୍ୟକୁ
କୃଷକ ପାଉଛି ଦୁଃଖ
ମନେମନେ ଭାବେ ଏରାଜ୍ଯ ବାସୀଙ୍କୁ
କେମିତି ଦେବି ମୁଁ ସୁଖ ।୫।

ସେଥିପାଇଁ ଆଜି ଓଡିଶା ରାଜ୍ୟର
ଚାଷକ୍ଷେତ୍ର ହେଲା ଫାଙ୍କା
ବିଦେଶୀ କମ୍ପାନୀ କାରଖାନା ଗଢି
ରୋଜଗାର କରେ ଟଙ୍କା ।।୬।।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *