ହସୁଛି ମୋ ଧନ ହସୁଛି

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ହସୁଛି ମୋ ଧନ ହସୁଛି
ମୋତେ ଦେଖି ସିଏ ହସୁଛି
ଝୁଲି ଝୁଲି ଦୋଳି ଖେଳୁଛି
ଫୁଲେଇ ମୁହଁ ତା
ପାଖକୁ ଆଣି ମୋ
ନିରିଖେଇ ମତେ ଦେଖୁଛି…
କିଛି କହିବ କହିବ ଭାବୁଛି
ଧୀରେ ଧୀରେ ମୋ ପାଖକୁ
ନଇଁ ନଇଁ ସେ ଆସୁଛି …
ତା ହସ ଦେଖି ମୁଁ ଆଜି ଟିକେ
ହୃଦୟରୁ ହସି ପାରୁଛି
ଏବେ ତ ହସିବା, ଭୁଲିଗଲାଣି ମଣିଷ
ହେଲେ ହସି ବାକୁ ଚେଷ୍ଟା କରୁଛି।।

ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର

Leave a Reply

Your email address will not be published. Required fields are marked *