ଜନ୍ମଭୂମି

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଜନ୍ମଭୂମି

ଯାହାର କୋଳରେ ଜନମ ହୋଇ ମୁଁ
ବଢିଲି ପାଣି ପବନେ
ସେହି ମାଟି ମୋର ଅଟେ ଜନ୍ମଭୂମି
ଦେଖୁଛି ଦୁଇ ନୟନେ ।୧।

ଜନ୍ମଭୂମି ଜନ୍ମ ମାଟିର ମହତ
ରଖିବି ପଣ କରିଛି
କରିବି ମୁଁ ସେବା ନହୋଇ ବିମୁଖ
ମନରେ ଯାହା ଭାବିଛି ।୨।

କେତେ ବୀରପୁତ୍ର ଜନ୍ମ ହୋଇ ପୁଣି
ଶହୀଦ ହୋଇଣ ଗଲେ
ଜନ୍ମଭୂମି ମାନ ବଞ୍ଚାଇବା ପାଇଁ
ବନ୍ଧୁକ ଆଗରେ ମଲେ ।୩।

ନାହିଁ ମୋ ହାତରେ ଗୁଳି କି ବନ୍ଧୁକ
ଧରିଛି କଲମ କାଳି
ଲେଖିବି କବିତା କାଳି ଶେଷ ଯାଏ
ଜନ୍ମଭୂମି ନାମ ଭାଳି ।୪।

ଲେଖିବି କବିତା ରଖିବି ମହତ
ଜନ୍ମଭୂମି ହେବ ସୁନା
ସୁନାର ଭାରତେ ସବୁକିଛି ଅଛି
କେହି ନ କରିବେ ମନା ।୫।

ଭାରିକଷ୍ଟ ପାଏ ଜନ୍ମଭୂମି ପୁଣି
ପାଉନାହିଁ ଥଳକୂଳ
କରୁଛି ପ୍ରାର୍ଥନା ଆହେ ଜଗନ୍ନାଥ
କଲମରେ ଦିଅ ବଳ ।।୬।।

ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ–୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *