ଜନ୍ମ ଭୂମି

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଜନ୍ମ ଭୂମି
ବାସନ୍ତୀ ଲତା ଜେନା

ଯେଉଁ ଦେଶର ତ ଜନମ ମୋହର
ନାମ ତା ଭାରତ ଭୂମି
ଯା ପାଣି ପବନେ ଶରୀର ମୋ ପୃଷ୍ଟ
ସେତ ମୋର ଜନ୍ମ ଭୂମି l 1l
ସୁଜଳା ସୁଫଳା ଜନ୍ମ ଭୂମି ମୋର
ଇଂରେଜ ଲୋଭ କରିଲେ
ବାଣିଜ୍ୟ ନିମନ୍ତେ ମୋ ଦେଶକୁ ଆସି
ନିଜର ତ କରି ନେଲେ l 2l
ଦୁଇଶ ବରଷ ଶାସନ କରିଲେ
ହେଲୁ ଆମେ ପରାଧୀନ
ବହୁ କଷ୍ଟ ସହି ବୀର ପୁତ୍ର ଗଣ
ଦେଶକୁ କଲେ ସ୍ୱାଧୀନ l 3l
ଗାନ୍ଧୀ ଜବାହର ପଟେଲ ସୁବାଷ
ଗୋପ ବନ୍ଧୁ ଯୋଗ ଦାନ
ଜନମ ଭୂମିର ସ୍ୱାଧୀନତl ପାଇଁ
ଉତ୍ସର୍ଗ କଲେ ଜୀଵନ l 4l
ନିଜେ ଜଳି ଜଳି ଧୂପ ଦୀପ ହେଲେ
ଜନ୍ମ ଭୂମି ସେବା ପାଇଁ
ସେନେହ ଶରଧା କର୍ତ୍ତବ୍ୟ ପାଖରେ
ସ୍ୱାର୍ଥକୁ ଦେଲେ ଦୂରେଇ l 5l
ସେ ଦେଶରେ ମୋର ଜନମ ହୋଇଛି
ଜନ୍ମ ଭୂମି ମାତା ମୋର
ତାହାରି ସେବାରେ ଜୀଵନ ଦେବି ମୁଁ
ପଣ ରଖିବି ନିଜର l 6l
ଛୋଟ ଶିଶୁ ହୋଇ ବାଜି ରାଉତ ଯେ
ନଦୀ ପାର କଲା ନାହିଁ
ଜନ୍ମ ଭୂମି ପାଇଁ ଟଳି ପଡିଲା ସେ
ଇଂରେଜ ଗୁଳିକୁ ଖାଇ l 7l
ସ୍ୱାଧୀନ ଦେଶର ସନ୍ତାନ ଆମେ
ନ ଭୁଲିବା ନିଜ କର୍ମ
ଜନ୍ମ ଭୂମି ପାଇଁ ଶକ୍ତି ସମୟ ତ
ତ୍ୟାଗ ହେବ ଆମ ଧର୍ମ l 8l
ମାତୃ ଭୂମି ମାତୃଭାଷା ଗର୍ଭ ଧାରିଣୀ
ପୂଜନୀୟା ଅଟେ ସେତ
ତାଙ୍କର ସୁରକ୍ଷା କରୁଥିବା ଆମେ
ହେଉ ଜୀବନର ବ୍ରତ l 9l
—— = —–
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ, /ଜିଲ୍ଲା :
ନବରଙ୍ଗପୁର
ପିନ କୋଡ଼ :764059
ମୋ : 8658655979

Leave a Reply

Your email address will not be published. Required fields are marked *