ରଜ – ନାରାୟଣ ଚନ୍ଦ୍ର ସେନାପତି

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ଅନ୍ତିମ ଜ୍ୟେଷ୍ଠେ ପହିଲି ଆଷାଢେ 
ଖିଲିପାନ ଖାଇଦେଇ
ସଂସ୍କୃତି ପର୍ବ ଓଡିଆଙ୍କ ଗର୍ବ 
ରଜ ଆସେ ଧାଇଁ ଧାଇଁ।
ରଜସ୍ୱାଳା ମା’ ଧରଣୀ ବିଶ୍ରାମ
ପାଇଁ ନାମ ତାର ରଜ
ମନ ମଉଜରେ କୁଆଁରୀଏ ମିଶି
ହୋଇଥାନ୍ତି ସଜବାଜ।
କଦଳୀ ପଟୁଆ ଜୋତା ଭଲ ଲାଗେ
ହଳଦୀ କାଠୁଆ ତେଲ
ରଜ ଦୋଳି ମଜା କେଡେ ଭଲ ଲାଗେ
ଟାଇ ଟାପରା ଓ ଗେହ୍ଲ।
ରସିକ ପିଲାଏ ମଉଜ କରନ୍ତି 
ଖେଳି ତାଆସ କବାଡି
ନାଗରୀର କାଚ କଉଡି ଖେଳକୁ
ଖୁସିଭରା ବୋହୁଚୋରି।
ରଜ ମଣ୍ଡାପିଠା ମା’ କରିଦିଏ
ପୋଡପିଠା ଦିଏ ଖୋଇ
ତା ଠାରୁ ମଧିର ତା ମମତା ଯତନ
କେବେ ଭୁଲି ହେବ ନାହିଁ।
ନୂଆ ପୋଷାକକୁ ଅତର ବାସନା
ରଜକୁ ଦିଏ ମହକ
ତା ସାଥେ ଚମକେ ରଜ ଦୋଳି ଗୀତ
ସାଥିମେଳ ଚକମକ।
ପାଣିବୁହା ସାଥେ ପହିଲି ରଜଟି
ରଜ ସଂକ୍ରାନ୍ତିର କୀର୍ତ୍ତି
ଭୁଲି ହୁଏନା ସେ ବସୁମତି ସ୍ନାନ
ଭୁଇଁରଣ ସଜ ସ୍ମୃତି।
ଓଡିଆ ଭୁଲୁଛି ପରମ୍ପରା ତାର
ଅତୀତ ଯାଉଛି ହଜି
ତଥାପି ରଜ ମୋ ମନେ ଚାଲିଆସେ
ଦେଖାଇ ତା ପ୍ରତିଛବି।
ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେଉଁଝର

Leave a Reply

Your email address will not be published. Required fields are marked *