ଧରିତ୍ରୀ ମା ଚାହେଁ ପ୍ରତିଶୃତି

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସର୍ବଂସହା ମା ଧରିତ୍ରୀ
ଆଜି ହରେଇଛି ଧୈର୍ଯ୍ୟ
ପ୍ରକୃତି ରଚେ
ତା ଉପରେ ତାଣ୍ଡବ
ବନ୍ଯା ବାତ୍ୟା ଭୂକମ୍ପ
ରୋଗ ଶୋକ ଦୁର୍ବିପାକ
କେମିତି ମାରିବ ସେ ନିଶ୍ବାସ ।
ଦୋଷ ବି ଦେବ କାହାକୁ
ମନରେ ତାର ଅନେକ୍ ପ୍ରଶ୍ନ
ଦୁଃଖ ବୁଝେନା ଆଜି
ତା ହୃଦୟର ରକ୍ତ
ତୃଷ୍ଣାର ତ ଶେଷ ନାହିଁ
ଭୂଲିଛି ସେ ନିଜର ନୀତି ଆଦର୍ଶ ।
ଆଜି ବଦଳି ଯାଇଛି ତାର ରୁତୁ
ତାର ସବୁଜଶ୍ରୀ ଝରୋଉଛି ଅଶ୍ରୁ
ନାହିଁ ମିଠା ମଳୟ
ଶୁଭୁନି କୁହୁତାନ
ବର୍ଷା ବି ଭିଜେଇ ପାରୁନି ପଣତ
ପେଟରେ ଭୋକ
ମନରେ ଖୁବ୍ ଅବସୋସ ।
କିଏ ଫେରେଇଦବ
ତା ପୂର୍ବର ଚମକ
ଲେଖନୀ ମୁନରେ ପୁଣି
ତୋଳି ଧରିବ କବି,
ଏ ବିଶ୍ଵ ଦେଖ ମଧୁମୟ ଛବି….
ପ୍ରତିଶ୍ରୁତି ଚାହେଁ ମା
ଫେରେଇ ପାରିବ କି ?
ପୁଣି ହସିବ ସେ ପ୍ରକମ୍ପିତ କରି
ଜଳ ସ୍ଥଳ ଆକାଶ ।
**********************
ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।

Leave a Reply

Your email address will not be published. Required fields are marked *