ହସ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

*ହସ*
********************
ହସି ପାରିବାର ଭାଗ୍ଯ
କଣ ସମସ୍ତଙ୍କର ଥାଏ
ହଁ ଏମିତି ବି ବେଳେ ବେଳେ
ଲୁହ ଚାପି ହସି ହେଇଯାଏ
ସେ କଣ କମ୍ କଥା
ସେ ତ ଜୀବନ ଜିଇଁବାର କଳା
ଲୁହ ଭିତରେ ହସ
ହସ ଭିତରେ ଲୁହ
କରିବାକୁ ହୁଏ ଓଲଟ ପାଲଟ
ହସ ଭିତରେ ଜୀବନ ତ ଥାଏ
ହେଲେ ଜୀବନକୁ କଣ ବୁଝିହୁଏ ?
ହସି ହସାଉଥିବା ମଣିଷର ଦୁଃଖ
ବୁଝେ ବା କିଏ ??
ଦୀପତଳ ଅନ୍ଧାର ପରି
ସେ ଜୀବନ ଜିଏଁ
ତଥାପି ସାର୍ଥକତା
ନିଜେ ହସିବା ଠାରୁ
ଅନ୍ଯକୁ ହସେଇବା
କଣ ଜରୁରୀ ନୁହେଁ ??
**********************
ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର,
758083

Leave a Reply

Your email address will not be published. Required fields are marked *