ଶ୍ୟାମ ଅଜାର କାରୋନା ଚିନ୍ତା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଗାଆଁ ଦାଣ୍ଡ ଖାଆଁ ଖାଆଁ
ଶୁଭୁନାହିଁ ଘଣ୍ଟ
ଚଇତାଳି ପରବରେ
ହେଉନାହିଁ ମେଣ୍ଟ

ଆମ ଗାଆଁ ଶ୍ୟାମ ଅଜା
ଚିନ୍ତାରେ ବସିଛି
କି ହେଲା ଏ ବେଳକାଳ
ତୁଳନା କରୁଛି

ଆମବେଳ ଭଲଥିଲା
ପ୍ରକୃତିର ରଙ୍ଗେ
ନଷ୍ଟ କରି ପ୍ରକୃତିକୁ
ନିଜ ଘର ଭାଙ୍ଗେ

କାନ ଉଠିଲାକ ଦିନୁ
ଶୁଣିନାହିଁ ଦିନେ
ଭାବୁଛି କାରୋନା କଥା
ଅଜା ମନେ ମନେ

ପାପ ଭାର ବଢିଚାଲେ
ପୃଥିବୀ ବକ୍ଷରେ
ଅଜଣା ଅଚିହ୍ନା ରୋଗେ
ମରେ ଅକାଳରେ

ପୂଣ୍ୟ କର୍ମ କଲେ ଭଲା
ପାଇବ ନିସ୍ତାର
ନହଲେ ମୃତ୍ୟୁ ଆଦରି
ଯିବ ଜମପୁର

ରଚନା : ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ଦୂରଭାଷ : ୯୮୬୧୬୧୬୧୨୬

Leave a Reply

Your email address will not be published. Required fields are marked *