କରାଳି କରୋନା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

*********କରାଳି କରୋନା ***********
ଆସିଥିଲା ଦିନେ କଳାପାହାଡ଼
ଓଡ଼ିଶା ଥରହର ହୋଇଥିଲା
ପରିବେଶ ଛାନିଆ ଛାନିଆ
ଡେମୋକ୍ଲିସ୍ ର ଖଡ୍ଗ ଖସିଲା ପରି
ଚାରିଆଡେ ଭୟର ନିସ୍ତବ୍ଧତା
ଏକଶହ ଚଉରାଳିଶ କର୍ଫ୍ୟୁ ଠାରୁ
ଅଧିକ ସତର୍କତା
ମଣିଷ ଠାରୁ ଦେବୀ ଦେବତାଙ୍କ ପର୍ଯ୍ୟନ୍ତ
ଘର ଦ୍ୱାର ମନ୍ଦିର
ସବୁଠି ତାଣ୍ଡବଲୀଳା ଧ୍ୱଂସ ର
ମଣିଷ ତ ମଣିଷ,
ଠାକୁର ଠାକୁରାଣୀଙ୍କୁ ମଧ୍ୟ
ଆତ୍ମଗୋପନ କରିବାକୁ ପଡ଼ିଲା,
ମନ୍ଦିର ଆପେ ଆପେ ବନ୍ଦ ହୋଇଗଲା ।

ସେମିତି ଆସିଛି
ଚାଇନାରୁ କରାଳି କରୋନା
ଚଣ୍ଡି ଚାମୁଣ୍ଡା ଧରି
ସତେ ଯେମିତି ଗ୍ରାସ କରିବ
ଏ ସମଗ୍ର ବସୁଧା
ଜନପଦରୁ ଜନପଦକୁ
ମାଡିଚାଲିଛି ଚକ୍ରବାତ ପରି
କରାଳ ଜିହ୍ୱା ରେ ଚାଟି ନେଉଛି
ମଣିଷର କଞ୍ଚା ରକ୍ତ ମାଂସ
ନାହିଁ କିଛି ପ୍ରତିକାର ବାଧା ।

ସତ୍ୟ ଶାନ୍ତି ଦୟା କ୍ଷମା
ଜୀବେଦୟା ଆଦି
ମାନବର ଧର୍ମ ଭୁଲିଲା ମାନବ
ହିଂସା ଦ୍ୱେଷ ମିଥ୍ୟା ଅହମିକା
ଜୀବହତ୍ଯା ଆମିଷ ଭକ୍ଷଣ
ପରସ୍ପର ବାଦୀ ପ୍ରତିବାଦୀ
ଲିପ୍ତ ରହି ଅପକର୍ମେ ନାନା
ନବ ନବ ଉଦ୍ଭାବନ କରି
ଭାବିନେଲା ନିଜେ କରିତ୍ କର୍ମା
ଧର୍ମ କର୍ମ ପରିତ୍ୟାଗ କରି
ପ୍ରକୃତିର ଭାରସାମ୍ୟ
ନ ମାନିଲା ଜମା
ଭୁଲିଗଲା
କେବଳ ଜଣେ ମାତ୍ର ହିଁ
ସର୍ବ ଶକ୍ତିମାନ
ସେ ଯେ ପରମବ୍ରହ୍ମ ପ୍ରଭୁ ଭଗବାନ
ସବୁକିଛି ତାଙ୍କର ସର୍ଜନା ।

ଏବେ ସତ ହେଲା
ଅଚ୍ୟୁତ ଙ୍କ ମାଳିକା ବଚନ
ତଥା ଅନ୍ୟ ଭବିଷ୍ୟତ ବକ୍ତାଙ୍କ ବାଣୀ
ନାଷ୍ଟୋଡମସ ଆଦି ,
ସଙ୍ଗଦୋଷ ସଂସ୍ପର୍ଶରେ
ଯେହେତୁ ବ୍ୟାପକ କରୋନା
ଲୋକଗହଳି ଏଡିବାକୁ
ନାନା କଟକଣା
କରୋନା ଆତଙ୍କେ ସବୁ ବନ୍ଦ
ସ୍ୱ ଇଚ୍ଛାରେ ଅବା ସରକାରୀ କର୍ଫ୍ୟୁ ରେ
ମନ୍ଦିର ଗୁରୁ ଦ୍ଵାର ଗୀର୍ଜା
ଅବା ମସ୍ ଜିଦ୍
ଭକ୍ତ ପାଇଁ ସବୁ ଆଜି ମନା
ସବୁର କାରଣ
କାଲିର କଳାପାହାଡ଼ ଆଜିର କରୋନା,
ସବୁରି ମଙ୍ଗଳ ମନାସି
ସର୍ବେ ଏକମୁଖ ହୋଇ
ଡ଼ାକ ନାରାୟଣ
ରହି ସ୍ୱଚ୍ଛ ପରିବେଶ ମଧ୍ୟରେ
ପୁଣି ମାନିନେଇ ନାନା କଟକଣା
ଏଡ଼ାଇବା କରାଳି କରୋନା ।
*********ଘନଶ୍ୟାମ ସାହୁ *************
ବଇଣ୍ଡା, କିଶୋର ଗଞ୍ଜ ,ଜିଲ୍ଲା — ଅନୁଗୋଳ,
ମୋବାଇଲ୍ ନମ୍ବର — ୭୯୭୮୦୫୭୬୯୫

Leave a Reply

Your email address will not be published. Required fields are marked *