ଭଗବାନଙ୍କ ପରୀକ୍ଷାକୁ ନାଉରିଆ କିପରି ସାମନା କଲେ ।

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆସ କିଛି ଜାଣିବା…….୧୮୦

ଭଗବାନଙ୍କ ପରୀକ୍ଷାକୁ ନାଉରିଆ କିପରି ସାମନା କଲେ ।

ଥରେ ଗୋଟିଏ ଡଙ୍ଗାରେ କିଛି ଲୋକ ନଈ ପାର ହେଉଥିବା ବେଳେ ମଝି ନଈରେ ଭୀଷଣ ଝଡ ତୋଫାନ ସହିତ ବର୍ଷା ଆସିଗଲା । ଡଙ୍ଗାଟି ଉତ୍ତାଳ ନଈରେ ଉବୁଡୁବୁ ହେବାରେ ଲାଗିଲା । ତହିଁରେ ଥିବା ଯାତ୍ରୀମାନେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ଯୁବକ ନାଉରିଆ ବିଚରା ଡଙ୍ଗାକୁ କାବୁ କରିବା ଲାଗି ପ୍ରାଣପଣେ ଉଦ୍ଯମ କଲା । କିନ୍ତୁ ତାର ସମସ୍ତ ଉଦ୍ଯମ ପଣ୍ଡ ହେଲା । ଡଙ୍ଗାରେ ପାଣି ପଶିଲା । ତେବେ ନାଉରିଆ ନିଜକୁ ନିଜେ କହିଲା-ସବୁ ଦିନ ତ ମୁଁ ଅତି ଆରାମରେ ଡଙ୍ଗା ଚଳାଇଥାଏ । ଆଜି ପ୍ରଭୁ ମୋତେ ପରୀକ୍ଷାରେ ପକାଇଛନ୍ତି । ତେଣୁ ଏ ପରୀକ୍ଷାର ସାମନା କରିବା ଉଚିତ । ଏହା କହି ସେ ପାଗଳ ଭଳି ଡ଼ଙ୍ଗାରୁ ପାଣି ଵାହାରକୁ ଵାହାର କରିବାରେ ଲାଗିଲା । ଭଗବାନଙ୍କୁ ପ୍ରାର୍ଥନା କରୁଥିବା ଯାତ୍ରୀମାନେ ଭାବୁ ଥାଆନ୍ତି ଯେ ଏହା ଅକାରଣ । କିନ୍ତୁ ନାଉରିଆ ତା କାମରେ ଲାଗିଥାଏ । କିଛି ସମୟ ପରେ ବିପଦ ଟଳିଗଲା । ଡଙ୍ଗା କୂଳରେ ଲାଗିଲା । ସମସ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେଲେ । ନାଉରିଆ ହାଲିଆ ହୋଇ କୂଳରେ ଲୋଟି ପଡିଲା ।
ଡଙ୍ଗାରେ ଯାଉଥିବା ଜଣେ ବୃଦ୍ଧ ଏହି ସମୟରେ କହିଲେ-ତୁମେମାନେ ଉପରକୁ ଚାହିଁ ଭଗବାନଙ୍କୁ କ’ଣ କୃତଜ୍ଞତା ଜଣାଉଛ ? ଦେଖ ଭଗବାନ ସେଇଠି । ତୁମେମାନେ ଭାବୁଛ କି ଝଡ କମିଯିବା ଆଉ ଡ଼ଙ୍ଗା କୂଳରେ ଲାଗିବା ହେଉଛି ଅଲୌକିକତା । ତାହା ନୁହେଁ । ସୁଖର ଦିନଗୁଡିକରେ ଭଗବାନଙ୍କ ସାହାଯ୍ୟକୁ କୃତଜ୍ଞତା ଜଣାଇ ଦୁର୍ଦ୍ଦିନରେ ନାଉରିଆ ଜଣକ ଯେଉଁ ପରିଶ୍ରମ କଲେ ସେଥିରେ ଭଗବାନ ତାଙ୍କ ଶରୀରରେ ଉଭା ହୋଇ ତାଙ୍କୁ ବଳ ଦେଲେ ବୋଲି ଜାଣ ।।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Leave a Reply

Your email address will not be published. Required fields are marked *