ଯତ୍ନ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

✍???? *ଯତ୍ନ*✍????
************
ସଂସାର ବୃକ୍ଷରେ ମିଠା ଫଳଟିଏ
ନାମ ଅଟେ ତାର ରତ୍ନ
ମଣିଷ ହୃଦୟେ ପିନ୍ଧିବାକୁ ହେଲେ
ଲୋଡ଼େ ହାତ ଗଢ଼ା ଯତ୍ନ ।

ସଜେଇ ରଖିବା କୁନି ପୁଅ ତାର
ସାଇତି ରଖା ତା ଝିଅ
ପୁଅ ଝିଅଙ୍କର ହସ କୁଦେ ଛୁଟେ
ସୁନ୍ଦରୀ ଖୁସିର ସୁଅ ।

ତାକୁ ଦେଖିଦେଲେ ମନରେ ଜନମେ
କେତେ ଯେ ଶୁଦ୍ଧ ଭାବନା
ସେଇ ଭାବନାରେ କାମ କରିଗଲେ
ନାଚେ ନବ ଉନ୍ମାଦନା ।

ଛୋଟିଆ ଦରବ ସାଇତି ରଖିଲେ
ଜନମେ ଦାୟିତ୍ୱ ଜ୍ଞାନ
ସେ ଦାୟିତ୍ୱ ଜ୍ଞାନ ବଳେ ଗଢି ହୁଏ
ପ୍ରଶଂସା ମଧୁ ବିମାନ ।

ଯତନ ଲାଗଇ ଛୋଟିଆ ଫୁଲଟେ
ଶୃଙ୍ଖଳାର ଶୁଭାରମ୍ଭ
ସେଇ ଶୃଙ୍ଖଳାଟା ସଫଳତା ପାଶେ
ବସେ ସତେ ଶୁଭ କୁମ୍ଭ ।

ଲୋଡେନାହେଁ ଜ୍ଞାନ କିବା ତନ ଧନ
ଲୋଡ଼େ ଟିକେ ସ୍ୱଚ୍ଛ ମନ
ମନରେ ବସାଇ ଆଗକୁ ବଢିଲେ
ଦିଶେ ମଧୁ ବୃନ୍ଦାବନ ।

ତାକୁ ପାଇ ଭଲ ପ୍ରେମିକ ଯେ ସାଜେ
ସାଜେ ମହାତ୍ମା କୁବେର
ଯତ୍ନହୀନ ସାଜି ଗର୍ବରେ ଯେ ମାତେ
ସେ ହୁଏ ବଡ଼ ଫକୀର ।

ଯତ୍ନହୀନ ଲୋକ ପାଏ ନାହିଁ ଶ୍ରଦ୍ଧା
ଶୁଣେ ମୂର୍ଖ ଅପଦାର୍ଥ
ସୁଖ ଝୁଲଣାଟା ଛିଡିଯାଏ ତାର
ଆତ୍ମା ହୁଏନା କୃତାର୍ଥ ।

ଯତ୍ନବାନ ଯିଏ ସମୟ ସୁଯୋଗ
କରେନାହିଁ ହାତଛଡା
ସମୟାନୁବର୍ତ୍ତୀ ସେ ସଂସ୍କାର ମନ୍ଦିରେ
ଭୁଂଜେ ନିର୍ମାଲ୍ୟ ଅବଢ଼ା ।

ଥାଇ ବୁଦ୍ଧିଜ୍ଞାନ ଯତ୍ନହୀନ ହେଲେ
ଆଶା ହୁଏ ଅବସାନ
ଆତ୍ମା ଓ ମନର ଶିରୀ ତୁଟିଯାଏ
ହରାଏ ଦିବ୍ୟ ଆସନ ।

ଥାଉ ଯେତେ ଜ୍ଞାନ ବୁଦ୍ଧି ଓ କୌଶଳ
ନ ଥିଲେ ଯତନ ଭାଇ
ସଂସାର ସୁଖଟା ନାର୍ଦ୍ଦମାରେ ପଡି
ଦୁଃଖେ କାନ୍ଦେ କଇଁକଇଁ ।

ସବୁ ଭୁଲିଯିବା ଭୁଲିବାନି କେହି
ଯତ୍ନ କଲେ ରତ୍ନ ମିଳେ
ପୁରୁଣା ପୃଷ୍ଠାର ଅମୁଲ୍ୟ ଵଚନ
ରହିଥିବ କାଳେ କାଳେ ।

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????

Leave a Reply

Your email address will not be published. Required fields are marked *