ଅକ୍ଷିତୃତୀୟା ଓ ପିଲାଦିନ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସେଦିନ ଅକ୍ଷିତୃତୀୟାରେ
ମା କାଟିଥିଲା ଝୋଟିଚିତା
ସଜେଇଥିଲା ରଙ୍ଗୋଲି
ତା ଉପରେ କଳସ
ଥୋଇଥିଲା ଆମ୍ବଡାଳ
କେତେ ପାରିବାର ଥିଲା ତା’ର ହାତ,
ଦାଦି କାନ୍ଧରେ ଗାମୁଛା ପକେଇ
ନୂଆ ଯୋଡ଼ ପିନ୍ଧି
ନେଇଥିଲେ ଅକ୍ଷିମୁଠି
ମା ମାଟି କରିବାକୁ ପୂଜା ଓ କର୍ଷଣ
ବୁଣି ଦେବେ ବିହନ
ଫଳବତୀ ହେବ ସେ
ପବନରେ ହସିବ ତାର
ସାଗୁଆ ଛିଟର ପଣତ ।
ଘରେ ବି ସରୁ ଚକୁଳିର ପିଠା
ପଚାରିଥିଲି ମା’କୁ
ଆଜି କ’ଣ ଏତେ କଥା,
ମା କହିଥିଲା
ଆଜି ପରା “ଅକ୍ଷିତୃତୀୟା”
ଅକ୍ଷିମୁଠି ହେବ ଅନୁକୂଳ
ହସି ଉଠିବ ମାଟି ମା
ସେଥିପାଇଁ ଏତେ ସବୁ
ପାର୍ବଣ ଓ ପ୍ରଥା ।
ଆଜି ବି ଆସେ ଅକ୍ଷିତୃତୀୟା
ହସି ଉଠେ ପ୍ରତି ଓଡିଆଙ୍କ ପ୍ରାଣ
କ୍ଷେତ ପାଏ ନୂତନ ଜୀବନ,
ଉତ଼୍ଫୁଲ୍ଲିତ ହୁଏ
ତାର ଆତ୍ମା ଆଉ ମନ।
ଆଜି କାଇଁ ଲାଗେ ଟିକେ
ବାସ୍ନା ହୀନ,
ନାହିଁ ଆଉ ସେଦିନ ଚମକ
ହେଲେ ମାଟି ଅଛି
କ୍ଷେତ ବି ଅଛି
ଅକ୍ଷିତୃତୀୟା ଆସିଲେ
ଖୁବ୍ ମନେପଡେ ପିଲାଦିନ
ମନେପଡେ ଦାଦିଙ୍କ କାନ୍ଧ
ବେତ ଟୋକେଇ ଓ ସୁନା ଧାନ।।
*********************
ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।
758083

Leave a Reply

Your email address will not be published. Required fields are marked *