ବଡଦାଣ୍ଡେ ଠିଆ ହୋଇ – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କହ ଜଗନ୍ନାଥ ତୋତେ ପଚାରୁଛି

             ବଡଦାଣ୍ଡେ ଠିଆ ହୋଇଛୁ କାହିଁ
ଭାବବିନୋଦିଆ ଭାବରଠାକୁର
            ବସିଛୁ କାହିଁକି  ମଉନ ହୋଇ ।
କେତେ ଆଶାନେଇ ଆସିଥିଲି ଧାଇଁ
      ଦୁଃଖ ଜଣାଇବା ପାଇଁ  ଠାକୁର
ମୋ ବେଳକୁ କାହିଁକି ହୋଇଲ ନିଷ୍ଠୁର
       ତୁମେ ତ ଜଗତ ବଡ଼ ଠାକୁର ।
ମାଗିବି ନାହିଁ ମୁଁ ଧନ ଦଉଲତ
     ମାଗିବି ନାହିଁ ମୁଁ ସ୍ବର୍ଣ୍ଣ ଅଳଙ୍କାର
କାହିଁକି ପ୍ରଭୁ ହେ  ଲୁଚିବସିଅଛ
   ମାଗିବିନି କିଛି  ଆସ ଏଥର।
ଜଗତ ଠାକୁର  କେତେ ଯେ ଡରୁଆ
     ମୋ ଡାକ ଶୁଣି ହେଉଛ ଛାନିଆଁ
ଯାଉଛି ଫେରି ନ ଆସିବି ଆଉ ମୁଁ
     ଇଛା ଥିଲେ ଯିବୁ  ମୋ ଚାଳିଆ ।
ଯାହା ଥିଲା (ମୋ) ପାଶେ ଶୂନ୍ଯ ତୋ ଦାଣ୍ଡରେ
       ଯାଉଛି ମୁଁ ଚାଲି ଫେରିବି ନାହିଁ
ଧିକ ତୁହି ବଡ ଠାକୁର ପଣିଆ
      ନିରାଶ କଲୁ  ତୁ ମଉନ ହୋଇ।
ନରେନ୍ଦ୍ର ପ୍ରସାଦ ବେହେରା

Leave a Reply

Your email address will not be published. Required fields are marked *