ଶୀତୁଆ ରାତି – ସୁଧାକର ସେଠୀ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଶୀତୁଆ ରାତିରେ

ଫୁଙ୍ଗୁଳା ସଡକେ
ତୁମ ସହ ହେଲା ଭେଟ
ସପନ ରାଇଜ ପରୀଟିଏ ପରି
ଥିଲା ସେ ଅପରୂପ ବେଶ

ଶିହରି ଉଠିଲା ତନୁମନ ମୋର
ଦେହେ ଉଷ୍ମତା ଢେଉ
ସିତ୍କାରନାଦେ ଉଠିଲି ଆବେଗେ
ତୁମ ଛୂଆଁ ପାଉ ପାଉ।

କିଏ ଗୋ ସୁନ୍ଦରୀ ଶୁନଶାନ ସଡକେ
କିବା ତୁମର କାମ
ଦେବୀକି ମାନବୀ ଅବା ଅଶରୀର
ଭୂଲି ଯାଇଛକି ଧାମ

ଅପ୍ରାଶିତ ଭାବେ ଆସି କହିଲ
ସାଥେ ତୁମେ ମୋତେ
ପଥ ହରା ମୁହିଁ ଦ୍ରୁବଳା ଅବଳା
ଆଶ୍ରୟଟିଏ  ମୁଁ ଖୋଜେ

ଉଦ୍ଦାମ ଭରା ନବ ଯୌବନ ମୋ
ସାଜିଛି ଆଜି ବଇରି
ପଛରେ ଶ୍ବାନ ଶୃଗାଳଙ୍କ ଭିଡ
ହୃଦୟ ଯାଉଛି ଥରି

ଅଚିହ୍ନା ହେଲେବି କାହିଁ କେଜାଣି
ତୁମଠି ଜାଗିଛି ବିଶ୍ବାସ
ରକ୍ଷାକର ତୁମେ ହାତଧରି ମୋର
କଟୁ ଏଦୁଷ୍ଟଙ୍କ ନିଶ୍ବାସ

ତୁମ ହାତ ଛୁଆଁ କେତେ ମାଦକତା
ଥରିଗଲା ମୋ ମନ
କିଛି କହିବାକୁ ଭାବିବା ଆଗରୁ
ଶକ୍ତିହୀନ ହେଲା ବଦନ ।

ବିଗତ ଦିନର ମଧୁର ସ୍ମୃତିଟି
ଆଜି ହେଲା ପୁଣି ଉଜ୍ଜିବିତ
ଶିତୁଆ ରାତ୍ରୀରେ ଯାତ୍ରା କାଳରେ
ମନରେ ଭରେ ସେ ମହକ।

ସୁଧାକର ସେଠୀ
ବାଲେଶ୍ବର

Sent from my Samsung Galaxy smartphone.

Leave a Reply

Your email address will not be published. Required fields are marked *