ସତ୍ୟ ଉବାଚ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ସତ୍ୟ ଉବାଚ

ଶୂନ୍ୟ ସଂଳାପର, ଭିନ୍ନ ଏକାଙ୍କିକା
ଭିଜା ନିଃଶ୍ୱାସର ବାୟୁ
ଅତୀତ ଯାଇଛି ଅତିକ୍ରାନ୍ତ ହୋଇ
କମିକମି ଯାଏ ଆୟୁ l

ନିର୍ବାଣର ପଣ ଦୂର କରିଦେଇ
ବିକlରେ ହେଉ ଅଳ୍ପାୟୁ
ଶାନ୍ତି ସଂହାରକ ମlତଙ୍ଗ ମାଂସପ
ପ୍ରାଣ ଆର୍ଦ୍ର ଘୂର୍ଣ୍ଣିବାୟୁ l

ସ୍ଵପ୍ନ ସାମ୍ରାଜ୍ୟର ପ୍ରହେଳିକା ରୂପ
ବିଷ ଗାତ୍ର ଖୋଳି ଦେଇ
ନିଜକୁ ନିଜେ ତୁ ଅକ୍ଳେଶରେ ଦଂଶୁ
ନିଜ ପ୍ରାଣଘାତୀ ହୋଇ l

ଗର୍ବ ଅହଙ୍କାର ତାଚ୍ଛଲ୍ୟ ବେଭାର
ଶାନ୍ତି ବିନାଶ କାରକ
କଳଙ୍କିତ ଇତିହାସ ସୃଷ୍ଟି କରି
ଡାକି ଆଣୁଛୁ ନରକ l

ସ୍ଵର୍ଗୀୟ ସମ୍ଭାରେ ଏ ପୃଥିବୀ ଦିନେ
ହୋଇ ଥିଲା ପରିପୂର୍ଣ୍ଣ
କlଳକୁ ଡାକି ତୁ. ଅକାଳ ଝଡ଼ରେ
କରୁ ଅଛୁ ଭଗ୍ନ ଚୂର୍ଣ୍ଣ l

ହୃଦୟରେ ନାହିଁ ଦିର୍ଘlୟୁଷ ସ୍ଵପ୍ନ
ଶୁଭେ ମୃତ୍ୟୁ ଅଟ୍ଟହାସ୍ୟ
ଭାଗ୍ଯ ବିଡ଼ମ୍ବନା ନୁହେ କେବେ ଇଏ
ଅଧର୍ମର ନାଗଫାଶ l

ସମୀକ୍ଷା କର ତୋ’ ସଂକୀର୍ଣ୍ଣ ପଣକୁ
ଆତ୍ମା ଅନୁଧ୍ୟାନ ପାଇଁ
ବିବେକ ପ୍ରଳାପ. କରୁଛି ଅନ୍ତରେ
ଅବିବେକୀ ହୁଅ କାହିଁ l

ଭସାଇ ଦିଅନା ସ୍ୱାଭିମାନ ତୋର
ଏହି ଶତାବ୍ଦୀ ଶ୍ରୋତରେ
ଆତ୍ମାଙ୍କର ଅଂଶ ତୁହି ରେ ମାନସ
ଶ୍ରେଷ୍ଠ ପ୍ରାଣୀ ଏ ମହୀରେ l

ଶାନ୍ତିରେ ସଜାଡି ସଂସ୍କାରକୁ ତୋର
ନୀତି ରେ ଚାଲ ତୁ ବତ୍ସ
କୁମୁଦିନୀ ନେଇ ସମର୍ପିତ ମନ
ଲେଖଇ ସତ୍ୟ ଉବାଚ l
କୁମୁଦିନୀ ବେହେରା, ଅନୁଗୋଳ

Leave a Reply

Your email address will not be published. Required fields are marked *