ମାତୃଭାଷା

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

* ମାତୃଭାଷା *

ମନୁଷ୍ୟ ଜୀଵନ ଉନ୍ନତ ଅଟଇ
ବିଦ୍ୟା ବୁଦ୍ଧି ଗନ୍ତାଘର
ପ୍ରତି ପଦକ୍ଷପ ଭାଷା ଦରକାର
ଭାବନା ପ୍ରକାଶେ ତାର ll
ଜନ୍ମରୁ ମରଣ ଯେତେ ଦିନ ଥାଏ
ଆବଶ୍ୟକ ଭାଷା ହୁଏ
ଭାଷା ଛାଡିଦେଲେ ଜୀଵନ ଜଟିଳ
ମହା ଅସୁବିଧା ହୁଏ ll
ନିତି ବ୍ୟବହାର ଯେଉଁ ଭାଷା ହୁଏ
ଉଡ଼ଇ ବିଜୟ ଗାଥା
ମା ମୁଖ ଭାଷା ମାତୃଭାଷା ହୁଏ
କହି ଥାଉଁ ଆମେ କଥା ll
ଓଡିଶା ପ୍ରଦେଶେ ଜନମ ହୋଇଛୁ
ଭାଷା ଓଡ଼ିଆ ଆମର
ଓଡ଼ିଆ ବୋଲି କି ଗର୍ବିତ ହୋଇବା
ଟେକ ରଖିବା ଭାଷାର ll
ନିଜ ମାତୃଭାଷା ସବୁ ଠାରୁ ବଡ଼
ତାକୁ ନ କରିବା ହୀନ
ଓଡ଼ିଆ ଲେଖିବା ଓଡ଼ିଆ ପଢିବା
ଜୀଵନ ହୋଇବ ଧନ୍ୟ ll
ନୂତନ ପିଢ଼ିକୁ ଭାଷା ଶିକ୍ଷା ଦେବା
ଓଡ଼ିଆରେ କହି କହି
ସମସ୍ତ ଭାଷାକୁ ସମ୍ମାନ ଦେଇଣ
ଓଡ଼ିଆ ଛାଡ଼ିବା ନାହିଁ ll
ଆମର ଭାଷା ଆମର ସଂସ୍କୃତି
ଅଟେ ତ ବହୁ ପ୍ରାଚୀନ
ଆମ ପରମ୍ପରା ସବୁଠୁ ନିଆରା
ରଖିବା ତାର ସମ୍ମାନ ll
ବିଶ୍ୱ ଭାଷା ଦିବସେ ସୁ ଭେଚ୍ଛା ଜଣାଏ
ନିଜ ଭାଷା ଭଲ ପାଅ
ପ୍ରଗତିର ପଥେ ସୁ ନାବିକ ହୋଇ
ଭାଷାକୁ ଆଗେଇ ନିଅ ll
**=**=**=**
ବାସନ୍ତୀ ଜେନା, ଗାନ୍ଧିନଗର,
ନବରଙ୍ଗପୁର

Leave a Reply

Your email address will not be published. Required fields are marked *