ଫୋନି – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଫୋନି ମାଡିଆସେ

    ଫଣାକୁ ବିସ୍ତାରି
    ସତେକି କାଳୀୟ ନାଗ ,,
ଲେଲିହାନ ଜିହ୍ୱା
      ଫୁତ୍କାରେ ଗରଜେ
    ଭୟାନ୍ନକ ତାର ରୂପ    ।।
ମାଡ଼ି ଆସୁଅଛି
      କରି ଘୋର ରଡି
   ସଙ୍ଗେ ଘେନି ଚାରିମେଘ ,,
ଅସନି ପ୍ରବାହେ
  ଉଡ଼ି ଉଡ଼ି ଆସେ
  ଭୀମ ଭୈରବ ରୂପ   ।।
ଅଣଚାଶ ପବ-
   ନର ଗତି ତାର
   ଜନମି ସିନ୍ଧୁ ଉଦରୁ ,,
ଜଳନ୍ଧର ଦୈତ୍ୟ
   ସମାନ ଉତ୍ପାତ
   ଗର୍ଜନେ ଥରଇ ମେରୁ   ।।
ଚକ୍ରବାତ ଚକ୍ର
   ଗତିକରି କରେ
   ଅତର୍କିତ ଆକ୍ରମଣ ,,
ନିଃଶେଷ କରିବ
    ମାଡ଼ି ଆସୁଅଛି
    ସଙ୍ଗେ ତା ରାକ୍ଷସ ସୈନ୍ୟ   ।।
ଥରହର ହୁଏ 
   ଓଡିଶା ପ୍ରଦେଶ
   ଜୀବନ ଖୋଜେ ଆଶ୍ରୟ ,,
ଫୋନି ପୂର୍ବଦେବ
  ତାଣ୍ଡବ ଦାଉରୁ
  ଧରା ମଣେ ସହାୟ  ।।
ଅଦିନେ ଅକାଳେ
  ବାତ୍ୟା ଦାଉସାଧେ
  ନିଃସହାୟ ଜନ ଜୀବନ ,,
ତୁମେ ସିନା ସାହା
  ବଳିଆର ବାହା
   (ଆଉ) କାହାକୁ କରିବି ଜଣାଣ  ।।

Leave a Reply

Your email address will not be published. Required fields are marked *