ନିଦାଘ – ସଂଯୁକ୍ତା ରାଉତ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ନିଦାଘର ଦାଉ ହେଲାଣି ଅସହ୍ୟ
ମହୀ ହୁଏ ଥରହର
ଜଳର ବିହୁନେ ଆର୍ତ୍ତ ଚିତ୍କାର
ଶୁଭେ ଜୀବଜଗତର ୲୲

ନଦୀ ନାଳ ଦିଶେ ଧୂସର ଧୂସର
ଜଳ କାହିଁ ମିଳେ ନାହିଁ
ମୃଗତୃଷ୍ଣା ଭ୍ରମେ ଭ୍ରମିତ ତୃଷାର୍ତ୍ତ
ଶୋଷ କି ପାରଇ ସହି ୲୲

ବହେ ଦକ୍ଷିଣରୁ ନିଦାଘର ଝାଞ୍ଜି
ବଞ୍ଚିବା ଅଥୟ କରେ
ବାହାରକୁ ଯିବା ବିପଦ ଜନକ
ଡହଡହ ଖରାବେଳେ ୲୲

ବାହାରକୁ ଯିବା ବାଧ୍ୟ ଯଦି ହୁଏ
ଟିକେ ସଚେତନ ହେବା
ପାଦେ ଥିବ ଜୋତା ମଥା ପରେ ଛତା
ପାଣି ବି ସାଥିରେ ନେବା ୲୲

ନିଦାଘ କାଳରେ ବେଶୀ ସାଂଘାତିକ .
କାଳବୈଶାଖୀର ଝଡ
ଆସେ କେଉଁ ଆଡୁ ବୁଝି ତ ହୁଏନା
ଭାଙ୍ଗି ଦିଏ ସୁଖ ନୀଡ ୲୲

Writer’s Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 02, 2019

Leave a Reply

Your email address will not be published. Required fields are marked *