ପରିବାର

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ପରିବାର
ବାସନ୍ତି ଲତା ଜେନା

ସମାଜ ମଧ୍ୟରେ ପରିବାର ଶ୍ରେଷ୍ଠ
ଭୂମିକା ଗ୍ରହଣ କରେ
ପରିବାର ସାମାଜିକ ଅନୁଷ୍ଠାନ
ରହି ଥାଏ ଶୃଙ୍ଖଳାରେ l 1l
ଶିଶୁଟିର ଜନ୍ମ ପରିବାର ମଧ୍ୟେ
ସ୍ନେହ ଶ୍ରଦ୍ଧାରେ ସେ ବଢେ
କଥା କହି ଶିଖେ ଚାଲିବା ଶିଖେ
ଜିନିଷ ଭାଙ୍ଗି ସେ ଗଢେ l 2l
ଶିକ୍ଷା ଦୀକ୍ଷା ପାଏ ତାଲିମ ପାଏ ସେ
ଶିଖେ ଅନୁକରଣ କରି
ଅନୁଶାସନରେ ଜୀଵନ ତା ଗଢ଼ା
କର୍ତ୍ତବ୍ୟରେ ଯାଏ ଭରି l 3l
ବାପା ମା ଭଉଣୀ ଭାଇ ଦାଦା ଖୁଡି
ଥାନ୍ତି ଜେଜେ, ଜେଜେ ମାଆ
ସେହି ପରିବାର ଯୌଥ ପରିବାର
ଏ କଥା ନୁହେଁ ତ ନୂଆ l 4l
ଯେଉଁ ପରିବାରେ ପୁଅ ଝିଅ ସଙ୍ଗେ
ବାପା ମାଆ ରହି ଥାନ୍ତି
ସେହି ପରିବାର ଛୋଟ ପରିବାର
ଲୋକେ କହିଣ ଥାଆନ୍ତି l 5l
ଯୌଥ ପରିବାର ସବୁଠୁ ବଢିଆ
ସ୍ନେହ ପ୍ରେମେ ବନ୍ଧା ଥାଏ
ସମସ୍ତଙ୍କ ସ୍ନେହ ଆଦର ମିଳଇ
ଭଲ ମନ୍ଦ ଯେବେ ହୁଏ l 6l
ଲଘୁଜନ ମାନେ ଭକ୍ତି କରି ଥାନ୍ତି
ଗୁରୁଜନ ଯେତେ ଥାନ୍ତି
ଗୁରୁ ଜନ ମାନେ ସେନେହ ଶ୍ରଦ୍ଧାରେ
ସାନକୁ ଗେହ୍ଲ କରନ୍ତି l 7l
ଅନୁଶାସନରେ ଶୃଙ୍ଖଳିତ ଭାବେ
ପିଲାଙ୍କୁ ବଡ଼ କରନ୍ତି
କର୍ତ୍ତବ୍ୟର ମୂଲ୍ୟ ବୂଝାଇଣ ଥାନ୍ତି
ସ୍ୱାଧୀନତା ଦେଇ ଥାନ୍ତି l 8l
ପରିବାର ମଧ୍ୟେ ସ୍ୱଧୀନତା ଥିଲେ
ସମସ୍ତେ ଖୁସି ହୁଅନ୍ତି
ସ୍ୱାଧୀନତା ନାମେ ସ୍ଵଛାଚାରୀ ହେଲେ
ଅଶl ନ୍ତେ ଦିନ କାଟନ୍ତି l 9l
ଯେଉଁ ପରିବାର ସ୍ନେହେ ପ୍ରେମେ ବନ୍ଧା
କଟେ ଶନ୍ତୋଷରେ ଦିନ
ଶାନ୍ତି ବିରl ଜଇ ସେ ଘରରେ ପୁଣି
ଲଷ୍ମୀଙ୍କର ବାସ ସ୍ଥାନ l 10l
ଛୋଟ ଛୋଟ ଭୂଲ ସମସ୍ତେ କରନ୍ତି
କ୍ଷମା ଗୁଣେ କ୍ଷମା କର
ପ୍ରେମର ବନ୍ଧନ ଶିଥିଳ ହୋଇଲେ
ଭାଙ୍ଗି ଯାଏ ପରିବାର l 11l
ପରିବାର ମଧ୍ୟେ ବୁଝାମଣା ଥିଲେ
ସେତ ଅଟେ ସ୍ୱର୍ଗ ପୁର
ପରସ୍ପର ମଧ୍ୟେ ସ୍ନେହ ରହିଥିଲେ
ଦିନ କଟେ ଆନନ୍ଦର l 12l
+++++ ++++
ବାସନ୍ତୀ ଲତା ଜେନା , ଗାନ୍ଧିନଗର,
ନବରଙ୍ଗପୁର, ପିନ 764059
ମୋ : 8658655979

Leave a Reply

Your email address will not be published. Required fields are marked *