କର୍ମ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

???? *କର୍ମ*????
************
ଶରୀର ମନକୁ କରେ ସେ ନିର୍ମଳ
ଆତ୍ମାକୁ ଶୁଦ୍ଧ ପବିତ୍ର
ଏ ସଂସାରେ ଶ୍ରେଷ୍ଠ କର୍ମ ତାର ନାମ
ରୂପରେ ବଡ଼ ବିଚିତ୍ର ।

ପ୍ରେମ ବନ୍ଧନରେ ବାନ୍ଧେ ଯିଏ ତାକୁ
ସେ ଲଭେ ପରମ ମିତ୍ର
ସାରା ଜୀବନଟା ତା ସେବାରେ ଖଟେ
ସାଜି ମାର୍ଗଦର୍ଶୀ ଶାସ୍ତ୍ର ।

କେବେ ତାର ନାମ କର୍ତ୍ତବ୍ୟ ଦାୟିତ୍ୱ
କେବେ କାର୍ଯ୍ୟ ଅବା କାମ
ନିଷ୍ଠାର ଦୀପରେ ଢାଳେ ଶ୍ରଦ୍ଧା ଘିଅ
ସାଜି ସ୍ୱୟଂସିଦ୍ଧ ଧର୍ମ ।

ସମୟର ଶକ୍ତ ଅନୁଗାମୀ ଭକ୍ତ
(ସେ)ସାଧନାର ତପୋଭୂମି
ଆନନ୍ଦଦାୟକ ଶୁଭଚିନ୍ତକ ସେ
ପ୍ରେରଣାର ତୀର୍ଥଭୂମି ।

ଆହ୍ବାନ କରେ ସେ ମାନବ ସୃଷ୍ଟିକୁ
ଉଠ ହୁଏ ହେ ଜାଗ୍ରତ
ଆଳସ୍ୟକୁ ଛାଡି ମୋ ପୁସ୍ତକ ନେତ୍ରେ
ପଢ଼ ଗୀତା ଭାଗବତ ।

ମୋର ଅନ୍ତରଙ୍ଗ କର୍ମଠ ତା ନାମ
ଶତ୍ରୁ କାମ୍ ଚୋର ଅକର୍ମା
ଶତ କୌଶଳେ ଜିତେନା ବିଧର୍ମୀ
ସାଜେ ନିର୍ଲଜ୍ଜ୍ଵ ନିକମ୍ମା ।

ଅଜ୍ଞାନ ସାଜି ଯେ ଭୁଲିଯାଏ କର୍ମ
ଡାକେ ରଖ ଭଗବାନ
ବିଭୁଙ୍କ ଆଶିଷ ତା ପାଇଁ ସପନ
ସତେବା ଭଙ୍ଗା ଦର୍ପଣ ।

କର୍ମକୁ ସର୍ବସ୍ୱ ମଣି ପାଳେ ଯିଏ
ଶୃଙ୍ଖଳିତ ଦିନଚର୍ଯ୍ୟା
ପ୍ରୀତିପୁଷ୍ପ ଦେଇ ବନ୍ଦନ୍ତି ଈଶ୍ୱର
କହି ଆଚାର୍ଯ୍ୟ ଆଚାର୍ଯ୍ୟା ।

ଭୋଗ ବିଳାସରେ ଦିନ ବିତେ ଯାର
ମୋତେ ଭାବେ ତୁଚ୍ଛ ହୀନ
ଅନ୍ତିମ ସମୟେ ଯନ୍ତ୍ରଣାରେ ପଡି
ଡାକେ ରଖ ଭଗବାନ ।

ସମ୍ଭ୍ରାନ୍ତ ପ୍ରତାପି ନିଜକୁ ଯେ ଭାବି
ଅନ୍ୟକୁ କରେ ଚାକର
ଦୁଃଖ ତା ମନକୁ ପଣ ବନ୍ଦୀ କରେ
କର୍ମ କରଇ ଧିକ୍କାର ।

କର୍ମ କେବେ ନୁହଁ ଛୋଟ କିବା ବଡ଼
ନିର୍ମଳ ପାଇଁ ସମାନ
କର୍ମ ପଥେ ଚାଲି ଉଡାଅ ହେ ବାନା
କର୍ମ ପରା ଭଗବାନ ।

✍???? *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍????

Leave a Reply

Your email address will not be published. Required fields are marked *