ସମୟର ଖେଳ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

*****ସମୟର ଖେଳ****
*********************
କରୋନା ନୁହଁଇ ସାଧାରଣ ରୋଗ
ଲାଗେ ଯମଦଣ୍ଡ ପରି
ଜୀବିତ କାଳରେ ନିଜ କର୍ମପାଇଁ
ଦେଖ ଏ ନରକପୁରୀ l

ନୀରିହ ନିର୍ଦ୍ଦୋଷ ପଶୁପକ୍ଷୀଙ୍କର
କଷ୍ଟ ଯନ୍ତ୍ରଣାର ଲୁହ
ତୁମ ମଙ୍ଗଳlର୍ଥେ କର୍ମ କରି ଗଲେ
ବୁଝିଲ ନି ତାଙ୍କ କୋହ l

ବୁଝି ପାରେ ନାହଁ ସୁଜ୍ଞାନୀ ମାନବ
ସୃଷ୍ଟିରେ ସନ୍ଥ ସନ୍ତାପ
ନିର୍ମମ, ନିଷ୍ଠୁର, ଅନ୍ୟାୟର ଭlରେ
ମୁଣ୍ଡାଇ ଚାଲିଛ ପାପ l

ଯେଉଁ ଦଣ୍ଡେ ତୁମେ ଦଣ୍ଡ ଦେଇଥିଲ
ସେ ଦଣ୍ଡେ ହୁଅ ଦଣ୍ଡିତ
ପଶୁଙ୍କୁ କାଲି କରୁଥିଲ ପ୍ରହlର
ଆଜି ନିଜେ ଖାଅ ବେତ l

ପଶୁକୁ ବାନ୍ଧି ରଖୁ ଥିଲ ଗୃହରେ
ଏବେ ନିଜେ ବନ୍ଧା ଅଛ
ତାଙ୍କ ସ୍ଵାଧୀନତା ଲୁଟି ନେଲ ବୋଲି
ତୁମେ ପରାଧୀନେ ଅଛ l

ଜନନୀ ଆଗରେ ସନ୍ତାନଙ୍କୁ କାଟି
ମେଣ୍ଟାଇଲ ଜିଭ ସ୍ଵାଦ
ମାଆ ଭଳି ଯିଏ କ୍ଷୀର ପାନ ଦେଲା
ବୁଝିଲନି ତାର ଖେଦ l

ନିଜ ସ୍ୱାର୍ଥ ପାଇଁ ସୁନ୍ଦର ସୃଷ୍ଟିକୁ
କରିଦେଲ ଛାରଖାର
କରୋନା ଭୁତାଣୁ ଚେତେଇ ଦେଉଛି
ନିଜକୁ ନିଜେ ସୁଧାର l

ଅନୁଭବ କର ତୋ’ ପାପର ଭlର
କେତେ ସୀମା ଡେଇଁ ଗଲା
ତୋ’ ବିପଦ ବେଳେ ତୋ ଇଷ୍ଟ ଦେବତା
ଦୁଆର ରୁଦ୍ଧ ହୋଇଲା l

ଏବେ ବି ସମୟ ଅଛି ରେ ମାନବ
ଆସ ସର୍ବେ ସତ୍ୟ ପଥେ
ସୁମାର୍ଗରେ ଯାଇ ସୁବିଚାର ନେଇ
ରୁହ ପ୍ରଭୁ ଅନୁଗତେ l

ପ୍ରଳୟର ଇଏ ପ୍ରଥମ ପାହାଚ
କରୋନା ଭୁତାଣୁ ଟିଏ
ସଚେତନ ବାର୍ତ୍ତା ଦେଇ ସଂସାରରେ
ସଭିଙ୍କୁ ଚେତେଇ ଦିଏ l

ସଂସାରରୁ ଯଦି ପାପ ଅତ୍ୟାଚାର
ଏବେ ମଧ୍ଯ ନ’ କମିବ
ମୃତୁ ସମୟରେ କାନ୍ଦିବା ନିମନ୍ତେ
ପାଖରେ କେହି ନ’ ଥିବ l

ସାଧାରଣ କରୋନା ଭୁତାଣୁ ଆସି
ଭାଙ୍ଗିଲା ତୋ’ ଅହଂ ଗର୍ବ
ବିଶ୍ଵରେ ଆତଙ୍କ ଖେଳାଇ ଲୁଟିଲl
ତୋ ଜ୍ଞାନ ଗରିମା ସର୍ବ l

କହେ କୁମୁଦିନୀ ଘେନ ମୋ’ ମାଗୁଣି
ନ ଧରିବ ମୋର ଦୋଷ
ନିଜ କ୍ଷମl ଗୁଣେ କ୍ଷମl କରିଦେବ
ରଖିବନି ମନେ ରୋଷ ll
କୁମୁଦିନୀ ବେହେରା, ଅନୁଗୋଳ

Leave a Reply

Your email address will not be published. Required fields are marked *