ତମ ସ୍ମୃତିରେ – ସୌମ୍ୟ ରଞ୍ଜନ ଦାଶ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମନ ଉପବନେ         ତମ ସ୍ମୃତି ପକ୍ଷୀ

        ଝୁରି ଝୁରି ଆନମନା 
ତମେତ ନେଇଛ       ଫଗୁଣ କୁ ଡାକି 
        ବସନ୍ତ ଯେ ବାସହିନା   l
ସପନ ମୋ ସିନା       ସଫା ସଫା ଲାଗେ 
         ଆଖି ତଳ ଓଦା ଓଦା 
ସବୁ ସକାଳ ତୋ       ଭାବନା ରେ ବିତେ 
         ଲୁହ ଲେଖେ ସ୍ମୃତି ସନ୍ଧ୍ୟା    l
ଭିଜୁଛି ହଜୁଛି        ଜଳୁଛି ଡାକୁଛି 
       ଏଇ ମୋ ଟିକି ହୃଦୟ 
ଅଧୀର ଆବେଗ     ଅଧୁରା ପ୍ରଣୟ 
      ଝୁରି ମରେ ସେ ସମୟ  l
କାଠ କି ପଥର      ଶିଳା କି ପ୍ରତିମା 
      ନୁହେଁ ମୁଁ ଗୋଟେ ମଣିଷ 
ବିଚ୍ଛେଦ ତମର      କେମିତି ସହିବି 
       ଆହତ ମୋ ଅଭିଳାଷ    l
ମହମବତୀର        ମୋହର ଲଗାଇ 
     ଜଳୁଛି ଖୁସିରେ ସିନା 
ନିଜର ଲୁହରେ      ନିଜକୁ ଆଦରି 
     ଶିଖେ ଜୀଇଁବା ବାହାନା    l
ତମ ମିଠା ମିଠା     ସ୍ମୃତି ନେଇ ଯେବେ
         ଗାଏ ମୁଁ ଜୀବନ ଗୀତ 
ବେସୁରା ବଂଶୀ ର     ସପ୍ତରାଗ ସୁରେ 
      ସଙ୍ଗୀତ ମୋ ପ୍ରତ୍ୟାଖିତ   l
ସୌମ୍ୟ ରଞ୍ଜନ ଦାଶ 
ଶିକ୍ଷକ, ବଲାଙ୍ଗୀର  

Leave a Reply

Your email address will not be published. Required fields are marked *