ଭୁଲ ଅଛି ମୋର କଉଠି

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମୋ ନିଜ କାହଣୀ…
ମୋ ନିଜ ଚରିତ୍ର..
କେବେ ଯଦି ଏକା ଥାଏ
ମୋ ନିଜ କୁ ମୁଁ ନିଜେ ପଢୁଥାଏ
ଲେଖିବାକୁ ଉପନ୍ୟାସ ଟିଏ
ଜାଣିଛି ମୁଁ କେବେ ଲେଖି ପାରିବିନି
ପ୍ରୀତି ପୀରତିର ଗାଥା
ତଥାପି ଲେଖିବି କିଛି କିଛି ନୂଆ
ଭଲ ପାଇବାର ଭାଷା …
ଜାଣି ନାହିଁ ନୂଆ ଶବ୍ଦ ର ବୈଦିକ
ଜାଣି ନାହିଁ ଭାଷା ସାହିତ୍ୟ
ସାହିତ୍ୟ ସମ୍ମାନ ଓଡ଼ିଆ ର ମାନ
ଏହା ହିଁ ଆଜିର ସତ
ଯାହା ବି ଲେଖିଲେ ମନ ମାନେ ନାହିଁ
ଲାଗେ ଅଛି କିଛି ତ୍ରୁଟି
କାହାକୁ କହିବି କିଏ ସେ ଦେଖିବ
ଭୁଲ ଅଛି ମୋର କଓଠି

ଦେବବ୍ରତ ବାରିକ
ଆନନ୍ଦପୁର, କେନ୍ଦୁଝର

Leave a Reply

Your email address will not be published. Required fields are marked *