କଣ ଚାଲିଛି – ସୁଧାକର ସେଠୀ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ନେତା ଇଶ୍ବର ନେତା ବିଧାତା

କେତେ ତପକଲେ ମିଳେ ଦର୍ଶନ
ଗଣତନ୍ତ୍ର ମନ୍ଦିରେ ମହାନନ୍ଦେ
ଜମାଇ ଥାନ୍ତି ତାଙ୍କ ଆସ୍ଥାନ

କାହିଁଗଲେ ଗାନ୍ଧି ,ଗୋପବନ୍ଧୁ
ଏ ନେତାଙ୍କ କଥା ନକୁହ
ଯୁଆଡେ ବରଷା ଏମାନଙ୍କ ଛତା
ଭୋଟ ଆସିଲେ ମିଳେ ଦର୍ଶନ

ଜଳକା ଜନତା ଏମିତି ଅନାନ୍ତି
ସତେକି ଛିଡିବ ମହୁ
କେବେ ବଦଳିବ ସମାଜର ରୀତି
ଜନତା ପଛେ ନେତା ରହୁ

ଦଳ ଡିଆଁ ରୋଗ ଏମିତି ଘାରିଛି
ସତେକି କୁଲି ବେଙ୍ଗ
ଏ ସାରୁବୁଦାମୂଳ ଭଲ ନଲାଗିଲେ
ଆର କୂଳକୁତ ସ୍ଥାନ ଦେବ

ଯେ ଦଳକୁ ଗଲେ କୁରୁସି ମିଳିଲା
ବାସିଲା ସେ ମହମହ
ଚେଲା ଚାମୁଣ୍ଡାଏ ନୂଆ ଦିଅଁ ଦେଖି
ଛାଡନ୍ତି ପୁରୂଣା ମୋହ

ଦେଖି ଶୁଣି ଲାଗେ ବିଶମ
କହିଲେ ଅକଲ ଗୁଡୁମ
ଆମରି ଆର୍ଥରେ ତୀର୍ଥକରି ଯାଇ
ପକେଟେ ଭରନ୍ତି ପୂଣ୍ୟ

ତଥାପି ବୋଲାନ୍ତି ଦାତା
ଦେଇ ଚାଲନ୍ତି ବାରତା
ଜନତାଙ୍କ ବୁଦ୍ଧି ଉଇଁଲେ
ବଦଳାନ୍ତା ଏ ତାମସା ।
     🌹🌹🌹
ଜମ୍ବେଶ୍ବରପୁର,ବାଲେଶ୍ବର

Sent from my Samsung Galaxy smartphone.

Leave a Reply

Your email address will not be published. Required fields are marked *