ନିରୁପମା

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ହେ ନିରୁପମା
ଅବର୍ଣ୍ଣନୀୟ ତୁମ ଗୁଣଗାନ
ସବୁ ଅଳଙ୍କାର ତୁମ ପାଖେ ଶୂନ୍ୟ
କିପରି କରିବି ତୁମରି ବର୍ଣନା
ତୁମେ ଅଟ ସବୁ
ବାକ୍ୟର ଉପମା l

ହେ ନିରୁପମା
କଥାରେ କଥାରେ
କରିଦେଲୁ ଗୁଣି
ଆପଣା ନୁହେଁ ତୁ
ତଥାପି ନିଜରି
ଭୁଲିପାରୁ ନାହିଁ ଜମା l

ହେ ନିରୁପମା
ମନ କିଣି ନେଲୁ
ହୋଇତୁ ନିଜର
ହୃଦୟେ କରିଲୁ ଘର
ଭଉଣୀ ହୋଇ ତୁ ରହିଲୁ ମୋହରି
ହୃଦୟ ଭିତରେ ମାମା

ହେ ନିରୁପମା
ହେ ନିରୁପମା
ହେ ନିରୁପମା

Leave a Reply

Your email address will not be published. Required fields are marked *