ତିନୋଟି ଫଳ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ତିନୋଟି ଫଳ
( କଞ୍ଚା ଆମ୍ବ, ଲଙ୍କା ଆମ୍ବ ଓ ତାଳ ସଜ )
—————————————-
ଆମ୍ବ
ପଖାଳ ଭାତକୁ ଆମ୍ବ ଚଟଣି ଲୋ
ଖାଇବାକୁ ମଜ୍ଜା ଭରି
ବଡି ଚୁରା ସାଥେ କଞ୍ଚା ଲଙ୍କା ଥିଲେ
ମନ ଯାଉ ଥାଏ ପୂରି l 1l
ଚୋପା ଛଡ଼ାଇଣ କଞ୍ଚା ଆମ୍ବକୁ ତ
ଲୁଣ ଲଙ୍କା ଗୁଣ୍ଡ ଦେବ
କିଛି ସମୟ ଖରାରେ ରଖିଲେ
ସୁଆଦିଆ ଭାରି ହେବ l 2l
କଞ୍ଚା ଆମ୍ବକୁ ଆଚାର କରିଲେ
ବର୍ଷ ସାରା ରହି ଥିବ
ମିଠା ଆଚାର ଅବା ଲୁଣି ଆଚାର
ଖାଇଲେ ଭଲ ଲାଗିବ l 3l
ଲଙ୍କା ଆମ୍ବ :-
ଭାଲିଆ ଉପରେ ଫଳ ଲାଗି ଥିଲେ
ଲଙ୍କା ଆମ୍ବ କୁହା ଯାଏ
ଭାଲିଆର ଫଳ ପାଚି ଯାଇଥିଲେ
ହଳ ଦିଆ ଦିଶୁ ଥାଏ l 4l
ଭାଲିଆର ଫଳ ରସାଳ ଅଟଇ
ଖାଇଲେ ଲାଗେ ମଧୁର
କଞ୍ଚା ହୋଇ ଥିଲେ କଷା ଲାଗୁ ଥାଏ
ଲୁଣ ଲଙ୍କା ଦରକାର l 5l
ଭାଲିଆ ପାଚିଲେ ଚୋପା ଛଡ଼ାଇଲେ
ସେଥିରୁ କାଜୁ ମିଳଇ
କାଜୁର ମହତ୍ୱ ସବୁଠୁ ଅଥିକ
ସବୁ କାମେ ଲାଗୁ ଥାଇ l 6l
କ୍ଷୀରୀ, ହାଲୁଆରେ କାଜୁ ମିଶି ଥିଲେ
ମନ ଖୁସି ହୋଇ ଯାଏ
ପଣା, ଆଇସକ୍ରିମରେ କାଜୁ ପଡି ଥିଲେ
ପୁଲକିତ ମନ ହୁଏ l 7l
ତାଳ ସଜ :-
ବରଷକେ ଥରେ ତାଳ ସଜ ମିଳେ
ଗ୍ରୀଷ୍ମ ଋତୁ ଆସେ ଯେବେ
ସଭିଙ୍କ ଆଦର ତାଳ ସଜ ପରା
କଅଁଳିଆ ଥାଏ ଯେବେ l 8l
ପାକଳ ହୋଇଲେ ଭଲ ଲାଗେ ନାହିଁ
ଗୁଆ ପରି ଚୋବାଇବା
ତାଳ ପାଚି ଗଲେ ପିଠା କରା ଯାଏ
ବରା ଛାଣି ତ ଖାଇବା l 9l
============
ବାସନ୍ତି ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର
ମୋ : 8658655979

Leave a Reply

Your email address will not be published. Required fields are marked *