ସପନର ଅନ୍ତରାଳେ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଫଗୁଣ ବୁଣିଲା        ଫଗୁଆ ଅବିର

       ମଳୟ ଅନିଳ ହାତେ
ବସନ୍ତ ବିଳାସି        ଚଇତାଳି ଚୁତ
    ଡାଳେ ପରଭୃତ ଗୀତେ ।।
ଘନ କିଶଳୟ   ବନ ଶୋଭା ଲୋଭା
      ଆହାକେଡେ ମନୋହର
ଏକାଳେ ବାସନ୍ତୀ    ବାସନ୍ତୀକା ରୂପେ
       ମଣ୍ଡିଲେଣି ଭୂମଣ୍ଡଳ ।।
କୃଷ୍ଣଚୁଡା,ଚମ୍ପା,        ମୁଚୁକୁନ୍ଦ, ମଲ୍ଲୀ
       ନାଗେଶ୍ଵର,ଛୁରିଅନା
ବାସ ଚହଟା ଏ     ଚଇତି ପରବ
        ନବଦୁର୍ଗା ଉପାସନା ।।
ମହାମାୟୀ ମହା    ମହିଷ ମର୍ଦ୍ଦିନୀ
        କରନ୍ତି ଅବଲୋକନ
ଅବତରି ଧରା           ମଣ୍ଡନ କରନ୍ତି
        କରିବେ ଦୁଷ୍ଟ ଦଳନ ।।
ପବନ ତନୁଜ     ରାମ ପଦାମ୍ବୁଜ
     ସେବକ ସେ ବୀର ହନୁ
ଅବତରି ଥିଲେ     ତ୍ରେତୟା ଯୁଗରେ
      ଅମର ସେ ସେହି ଦିନୁ ।।
ଶିବ ଉପାସନା   ଦଣ୍ଡ ପରବରେ
  ମଣିଆ ମା,ର ପୁଜା
ହିନ୍ଦୁ ନବବର୍ଷ   ଏମହା ପରବ
  ପାଳନ୍ତି ସକଳ ପ୍ରଜା ।।
ରାମ ନବମୀ ରେ      ରାମଜନ୍ମ ଲଗ୍ନ
      ପାଳି,କରି ଘରେ ଘରେ
ଆଜିର ମାନବ     ରାମରାଜ୍ୟ ଖୋଜେ
   ସେତ ସପନର ଅନ୍ତରାଳେ ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

Leave a Reply

Your email address will not be published. Required fields are marked *