ବାସ୍ନାରେ ବିମୋହିତ କର ବିଶ୍ବ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କେବେ ବାସ୍ନା ହୀନ
ଫୁଲ ପରି ହୁଅନା,
ହେଇ ଦେଖ ପଳାଶକୁ
କେତେ ରୂପ କେତେ ରଙ୍ଗ
କିଏ ତୋଳି ନେଇଛି କି ଆଦରେ
ଅରପି ଦେଇଛି କି ବିଭୂଙ୍କ ପଦାରବିନ୍ଦରେ
ତେବେ କାହିଁକି ଏତେ ରୂପର ବଡ଼ିମା
ପାରୁଚ ତ ବିତରି ଯାଅ ବାସ୍ନା ।
ଦେଖ ଗଙ୍ଗ ଶିଉଳି
କ୍ଷଣିକ ଜୀବନ ତାର
ତଥାପି ସେ କେମିତି ହସେ
ଜହ୍ନ ଆଲୁଅରେ
ଚୁପି ଚୁପି ବାସ୍ନାକୁ ବିତରେ
ନା କିଛି ଅଛି ତାର ଅବଶୋଷ
ଅବା ଜିଇଁବାର ଶୋଷ
ନା କିଛି ଅଛି ଅଭିମାନ
ଅବା କିଛି ରୋଷ
କ୍ଷଣିକ ପାଇଁ ହେଲେବି
ତାର ସୁଗନ୍ଧିରେ ଜଡରୁ ଜୀବନ
କରେ ଆନମନା ।।
ତା’ର ଶୁଭ୍ର କୋମଳ ତନୁ
କେମିତି ଯେ ଝଡ଼ିଯାଏ ଧରାପରେ
ବାସ୍ନାକୁ ବିତରି
ନିରନ୍ନ ଅନ୍ଧକାର ଭିତରେ
କେବେ ତାର ଅଛି କି
ସୂର୍ଯ୍ୟାଲୋକ ଦେଖିବାର ମୋହ
ନା ହୃଦୟରେ ଭରିଛି କେବେ କୋହ
ଖାଲି ଅଛି ବାସ୍ନାରେ ବାସ୍ନାରେ
ଛୁଇଁ ଯିବାର ସ୍ନିଗ୍ଧ ଭାବନା ।।
ମାର ପଣତ କାନିର ବାସ୍ନା
କେତେ ଯେ ମଧୁର
ବାପାଙ୍କ ଝାଳୁଆ ଗାମୁଛାରେ ବି
କେତେ ବାସ୍ନା ଭରପୁର୍ ଆବେଗର
କେବେ ଭୂଲିପାରିଛ ??
ନୁହେଁ ନା
ତେବେ ଖାଲି ରୂପ ନୁହେଁ
ହୃଦୟର ବାସ୍ନାକୁ ଥରେ ଖୋଜନା
ମୁଁହରେ ରଙ୍ଗ ବୋଳିବା ଛାଡ
ସେ କରିପାରିବନି କାଳଜୟୀ ତୁମକୁ
ଛଳନାର ମୁଖା ପିନ୍ଧି
କେହି କେବେ ହେଇଚି କି ବଡ
ତେବେ ଶିଖିନିଅ ଫୁଲଠୁ
ଜୀବନକୁ ଗଢ।।
ହେଲେ କଦାପି କସ୍ତୁରୀ ମୃଗ ଭଳି
ବାସ୍ନାକୁ ଖୋଜନି ଇତଃସ୍ତତଃ
ଅନ୍ତଃକରଣକୁ ମନଭରି ଦେଖ
ଓଠରେ ଭରିଦିଅ ଚେନାଏ ହସ,
ଦେଖନା !
କେତେ ତୁମେ ବିମୋହିତ
କରିପାରୁଛ ଏ ଅନନ୍ତ ବିଶ୍ବ।।
*************************
*ହାସ୍ୟମୟୀ ରାଜ୍(ଶିକ୍ଷୟିତ୍ରୀ)
*ଓରାଳି, ହାଟଡିହି, କେନ୍ଦୁଝର ।* ।

Leave a Reply

Your email address will not be published. Required fields are marked *