କାହିଁକି କରିବି ଛ’ମାଣରେ ଆଶା – ତପନ ଦୀକ୍ଷିତ (ବେଳାଭୂମି)

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମୁଠେ ପଖାଳର ପେଟ ଚାଖଣ୍ଡଏ 

ତାପାଇଁ କିଅବା ଚିନ୍ତା
ଛପନ ପଉଟି ଲୋଡ଼ିବି ବା କାହିଁ
ହେ ମୋର ବିଶ୍ୱର ନିୟନ୍ତା,
ତିନିହାତ ଆଉ ଚାଖଣ୍ଡେ ଭୂଇଁ ଏ
ଶରୀର ଲୋଟିବା ପାଇଁ
କାହିଁକି କରିବି ଛ’ମାଣରେ ଆଶା
ଛପନ ଭୋଗୀ ହେ ମୁହିଁ ,
ଯେଉଁଠି ହେଲେବି ଜଳିଯିବ ଏଇ
ପାର୍ଥିବ ଶରୀର ମୋର
କାହିଁକି ଈଛିବି ଜଳିବାକୁ ତୁମ
ପୁଣ୍ୟତୋୟା ସ୍ଵର୍ଗଦ୍ୱାର ?
ଏତିକି ସୁଦୟା ଜୀବ ଯିବା ବେଳେ
ବଞ୍ଚିତ କରିବେ ନାହିଁ
ତୁଣ୍ଡେ ଥିବ ନାମ ମୁଣ୍ଡେ ମୋ ତୁଳସୀ
ଏହି ଅଳି ଭାବଗ୍ରାହୀ ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

Writer’s Details: ତପନ ଦୀକ୍ଷିତ (ବେଳାଭୂମି), ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019

Leave a Reply

Your email address will not be published. Required fields are marked *