ନିଃସ୍ୱାର୍ଥ ସମ୍ପର୍କ

ଲେଖକ ପରିଚୟ

Blog | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

******ନିଃସ୍ୱାର୍ଥ ସମ୍ପର୍କ********
*************************
ଏତେ ବଡ଼ ଏହି ସଂସାର ଭିତରେ
ନିଃସ୍ୱାର୍ଥ ସମ୍ପର୍କ କାହୁଁ ମିଳିବ
ତୁ’ ସିନା ଲୁହ ଲୋ ନିଃସ୍ୱାର୍ଥ ବାନ୍ଧବୀ
ତୋର ସମକକ୍ଷ ଆଉ କେ ହେବ ?

ହସ ମିଶିଗଲା ଦୂର ଦିଗ୍’ବଳୟରେ
କରିଦେଇ ଗଲା ସେ ସାତପର
ତୁ’ପାଶେ ପାଶେ ରହି ଲୋ ବାୟାଣୀ
କି ଲାଭ ପାଇବୁ କହ ସତ୍ତ୍ଵର ?

ଜୀବନ ତ ଏକା ମରଣ ବି ଏକା
କଷଣ ବି ନିଜର ସହୋଦର
ଦୁନିଆଁ ଦାଣ୍ଡରେ ମମତାର ମୂଲ
କିଏ ଦେବ କହ ପଣତେ ତୋର l

ପ୍ରବଞ୍ଚନା କୁହେଲିକା ଘେରି ଅଛି
ପୁଣ୍ୟ କରୁଅଛି ଆର୍ତ୍ତଚିତ୍କାର
ସତ୍ୟ ଲୋଟି କାନ୍ଦେ ମଥା ପିଟି ଏଠି
ସ୍ଥାଣୁ ସ୍ଥିତପ୍ରଜ୍ଞ ପାଦ ଘୁଙ୍ଗୁର l

ବଣ ମଲ୍ଲୀ ଆଜି ବଣେ ଫୁଟି ଝଡେ
କିଏ ଭେଟି ଦେବ ଦେବତା ପାଶେ
ସାମ୍ପ୍ରତିକ ତିକ୍ତ ବସତିରେ ଆଜି
ନିଷ୍ପେସିତ ହୁଏ ପ୍ରତି ନିମିଷେ l

ନିର୍ଦ୍ଦୋଷ ମନର ନିଷ୍ପାପ କାହାଣୀ
କିଏ ବା କାହିଁକି ଶୁଣିବ କହ
ପ୍ରହାର କରୁଛି ବର୍ବରତା ପଣ
ବୃଥାରେ ମର୍ଯ୍ୟାଦା କ୍ଷୂର୍ଣ୍ଣର କୋହ l

ଦୁନିଆଁ ପାଗଳ ସଂକୀର୍ଣ୍ଣ ସ୍ୱାର୍ଥରେ
ବର୍ବର ଭିତ୍ତିରେ ଖେଳୁଛି ଖେଳ
ପ୍ରତି ମୁହୂର୍ତ୍ତରେ କାନ୍ଦୁଛି ସମ୍ପର୍କ
ଇତିହାସ ଖୋଲି ନିନ୍ଦୀ କପାଳ l

ସମୟର ବାଇଶି ପାହାଚ ତଳେ
ବନ୍ଧା ପଡିଛି ଏ ନିଶ୍ଵ ଜୀବନ
ଚକ୍ରବ୍ୟୁହ ମଧ୍ୟେ ଛନ୍ଦି ହୋଇ ଅଛି
ଭୋଗିବାକୁ ଭାଗ୍ୟ ଦୁଃଖ କଷଣ l

ଦିନରାତିର ଏ ଆବର୍ତ୍ତନ ଖେଳେ
ସାଜି ଯାଇଅଛି ସେ ପଶା ଗୋଟି
ଜୀବନ ଜଞ୍ଜାଳ ଜ୍ୱାଳାମୟ ଆଜି
ଭାର ଭାର ଦୁଃଖ ଥାଏ ସାଉଁଟି l

ପ୍ରତିକ୍ଷଣେ ଚାଲେ କ୍ରମ ବିବର୍ତ୍ତନ
ଶାନ୍ତି ହୋଇଛି ଆଜି ବିବର୍ଜିତ
ବିବର୍ତ୍ତବାଦର ଦୁର୍ଦ୍ଦାନ୍ତ ଦାନବ
ମନ୍ଥିତ କରୁଛି ସାରା ଜଗତ l

ସମ୍ପର୍କ ମlରୁଛି ଛଳନା ଛୁରୀରେ
ଦେଇ ଭଲ ପାଇବା ପ୍ରତିଦାନ
ବିଶ୍ଵାସର ଏହି କସଟି ପଥର
ସମ୍ପର୍କର କରେ ଅନୁଶୀଳନ l

ଅପରାହ୍ଣ ଛାଇ ଅନ୍ତରାଳେ ଥାଇ
ପ୍ରତିକ୍ଷଣେ କରେ ପର୍ଯ୍ୟବେକ୍ଷଣ
ଜୀବନର ପ୍ରତି ଅଧ୍ୟାୟରେ ଦେଖେ
ସମ୍ପର୍କର କେତେ ବିଶ୍ୱସ୍ତ ପଣ l

ଅସହାୟତାର ଅନ୍ତଃସ୍ଵର ଆଜି
ଯନ୍ତ୍ରଣାରେ କରେ ଆର୍ତ୍ତଚିତ୍କାର
ଆଶ୍ୱସନା ବାଣୀ କରେ ପ୍ରତିଧ୍ୱନି
ଦେଇ ସପନ ମଧୁଯାମିନୀର l
କୁମୁଦିନୀ ବେହେରା, ଅନୁଗୋଳ

One Reply to “ନିଃସ୍ୱାର୍ଥ ସମ୍ପର୍କ”

Leave a Reply

Your email address will not be published. Required fields are marked *