ଅଭିମାନୀ ଫଗୁଣ – ସ୍ମିତା ତ୍ରିପାଠୀ

ଲେଖକ ପରିଚୟ

+ ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]
ଏଇ ଫଗୁଣ ରେ ଖୋଜିଥିଲି ତତେ

ତୋରି ହାତ ରୁ ଫଗୁ ବୋଳି ହେବାକୁ
ଲୋଡ଼ା ନାହିଁ ମୋର କିଛି ତୋ ବିନୁ
ଲୋଡ଼ା କେବଳ ତୋ ରି ପ୍ରେମ ରେ ବଞ୍ଚିଯିବାକୁ
ଏଇ ଫଗୁଣ ମୋତେ କାହିଁ କରେ ଆନା ମନା
କାହିଁ ବା ତୁ ଯାଇଛୁ ଗୋପୀ ସହ ଖେଳିବାକୁ
ଫଗୁ ଧରି ବସିଛି ଯେ ମୁଁ
ଚାହିଁ ରହିଛି ତୋରି ଫେରିବା ବାଟକୁ…
ଦିନ ସରିଗଲା ରାତି ପାହିଗଲା
ତୋ ରି ପ୍ରେମ ର ଅଧର ରଙ୍ଗେ ଭିଜିଗଲା
ନ ରହେ ମନେ ଅଭିମାନ
ନ ଥାଏ କୋହ
ତୁ ତୋ ଏଇ ମୋ ମୋହ,
ତୁ ତ ସବୁ ଲୀଳାମୟ
ତୁ ତ ରସିକ ନାଗର
ତୁ ଯେ ଭାବ ମୋ ମନର
ମନ ଜାଣି ଚୁପସେ ଆସିକି
ଲଗେଇଦେଉ ଗାଢ଼ ଅବୀର
ଯମୁନା ବି ଥକିଯାଏ
ଛଡେଇବାକୁ ରଙ୍ଗ ଅବୀର ର
ଇସଃ କି ଗାଢ଼
କହନ୍ତି ସବୁ ଯେ
ଲାଜେଇ ଯାଏ ମୋ ମୁହଁ
ମୁଁ କଣ ଜାଣିଥିଲି ଯେ
ସେ ଲଗେଇଦେଵ ମୋତେ
ଏତେ ଗାଢ଼ କରିକି ପ୍ରେମ ରେ
ମିଶେଇକି ପ୍ରୀତି ଭରା ସ୍ନେହ ବୋଳା ସ୍ପର୍ଶରେ,
ଅଧରେ ଧାରେ ହସ ନେଇ
ହସିଦିଏ ମୁଁ ଯେ
ତା ଅବୀର ବୋଳା ଫଟୋକୁ
ଚୁପ କିନା ନିରେଖି ଦେଖୁ ଦେଖୁ
ଅନ୍ୟମନସ୍କ ତା ର ସୁଯୋଗ ନେଇ
ଆଙ୍କିଡିଏ ପ୍ରେମ ର ସ୍ପର୍ଶ ଟିଏ
ଗାଲ ଓ ମୁହଁ ରେ,
ଅବୀର ବୋଳିବା ବାହାନାରେ,
ତୁ ଯେ ମୋ କୃଷ୍ଣ ତୁ ଯେ ମୋ କାହ୍ନୁ
ତୁ ଯେ ମୋର ସଖୀ ନ ଭୁଲିବୁ ମନୁ… 

Writer’s Details: ସ୍ମିତା ତ୍ରିପାଠୀ
Content Category:
Submission Date: Apr 07, 2019

Leave a Reply

Your email address will not be published. Required fields are marked *