ରମ୍ୟ ରଚନାରୁ – ଜଣାଣ ଭର୍ସେସ ଜନନ – ସୁଵଳ ମହାପାତ୍ର

କଲେଜ ସମୟର ଘଟଣାଟିଏ । ସମୟ ପାଖାପାଖି ଦିନ ତିନିଟା । କଲେଜ ରେ କାଉ କୋଇଲି ବି ଉଡୁ ନଥାନ୍ତି । ହାତ ଗଣତି କେତୋଟି ପିଲା ପ୍ରାକ୍ଟିକାଲ ସାରି ଫେରୁଥାନ୍ତି। କିଛି ଶିକ୍ଷକ, କ୍ଲର୍କ, ପିଅନ ସବୁ ବାହାର ବଗିଚା ରେ ଗାନ୍ଧୀଙ୍କ ମୂର୍ତି ପାଖରେ ଠିଆ ହୋଇ କଥାବାର୍ତା ହେଉଥାନ୍ତି, ପିଲାମାନେ ନିଜ ନିଜ ଭିତରେ କଥାବାର୍ତା ହୋଇ ଖୁସି ମନରେ ଚାଲି ଗଲେଣି ପ୍ରାୟ

ଫୁଲରେ ଫୁଲ – ଅନାମ ଚରଣ ସାହୁ

ଫୁଲରେ ଫୁଲ ତୁ' ମୋ ନିଜର ଅତି ଭଲ ମୁଁ ପାଉଛି ତୋତେ କି ଦିନରାତି ।(ଘୋଷା) ରୂପ ତୋ କୋମଳ ଧାରି ସୁନ୍ଦର ତନୁ କେମିତି ଭୁଲିବି କହ ମୋହରି ମନୁ ସଂସାରେ ଫୁଟୁରେ ତୁହି ଜାତିକି ଜାତି ।୧। ଧଳା କଳା ନାଲି ନେଳି କେତେ ରଙ୍ଗର ପରଜାପତି ଚୁମଇ ତୋର ଅଧର ଭୁଲିଯାଏ ଦିନରାତି ପ୍ରେମରେ ମାତି ।୨। ଦେବାଦେବୀ କରେ ପୂଜା ଦେଇ ମୁଁ ତୋତେ ଅାନନ୍ଦ ଦଉଛୁ କେତେ ତୁ ନାନା ମତେ ତୋ' ସହ ହସିଖେଳି

କ୍ଷୁଦ୍ରଗଳ୍ପ – ଅଜାଗା ଘା – ଅରବିନ୍ଦ ଆଚାର୍ଯ୍ୟ

ବିଭୁ ଘଣ୍ଟେ ହେବ ସେମିତି ମୋବାଇଲ ଟାକୁ ଧରି ବସିଛି | ଲାଇକ, କମେଣ୍ଟ କାହିଁ ? ବାପା ଦି ଥରଡାକି ସାରିଲେଣି | ଏତେ ଦିନ ଧରି, ବହୁତ ମନ ଦେଇ ଗପ ଟି ଲେଖିକି ପୋଷ୍ଟ କରିଥିଲା ଏଇ ଗ୍ରୁପ ରେ | କିନ୍ତୁ, ଏତେ ସମୟ ହେଲା କେହି ବି ଜଣେ କିଛି ଲେଖିକି ଦେଲେନି | ହଉ, ବାପା ଙ୍କ କାମ କରି ସାରି

ଦୁଃଖଦ ଘଟଣା – ଧ୍ରୁବ ଚରଣ ବେହେରା

(ଗତ ୧୬।୦୬।୧୮ ଦିନ ଚିଲିକାରେ ଡଙ୍ଗା ବୁଡି ଘଟଣା ଉପରେ ଆଧାରିତ) ମାଆ କାଳିଜାଇ ଅଭୟ ଦାୟିନୀ ଏକି କଲୁ ଅଘଟଣ କାନ ଦିନେ ଯାହା ଶୁଣିତ ନଥିଲା ଚାଲିଗଲା ଛଅ ପ୍ରାଣ ।। କେତେ ଶରଧାରେ କାହୁଁ ଆସିଥିଲେ କରିବାକୁ ତୋ ଦର୍ଶନ କି ରହିଲା ତାଙ୍କ ଭୁଲ୍ ଲୋ ମାଆ କଲୁ ଏତେ ହୀନିମାନ ।। ଫେରିଲା ବାଟରେ ମଝି ଗଣ୍ଡେ ତୋର ମୋଡି ପକାଇଲୁ କାହିଁ କେତେ ଆଶା ନେଇ ତୋର ପାହଡକୁ ଆସନ୍ତି ସୁ ଦୂରୁ ଧାଇଁ ।। ଚିଲିକା ଗଣ୍ଡରେ ଉଭା ହୋଇଅଛୁ ଦୁଃଖ

ପ୍ରବନ୍ଧ – ରୁଗବେଦ ବର୍ଣ୍ଣିତ ଦେବଦେବୀ – ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ଯୁଗେ ଯୁଗେ ବୈଦିକ ଗ୍ରନ୍ଥଗୁଡିକ ଭାରତୀୟମାନଙ୍କ ଧର୍ମୀୟ ବିଶ୍ୱାସକୁ ବଳିଷ୍ଠ କରିଆସିଛି । ବୈଦିକ ଯୁଗରୁ ଆର୍ଯ୍ୟ ଉପଜାତିଗୁଡିକର ଧର୍ମବିଶ୍ୱାସ ରୂପ ପରିଗ୍ରହ ଓ ସ୍ଥାୟିତ୍ୱ ଲାଭ କରି ଆସିଥିବା ବୈଦିକ ସାହିତ୍ୟରେ ପ୍ରତିଫଳିତ ଘଟିଛି । ବୈଦିକ ଧର୍ମକୁ କିଛି ସର୍ତ୍ତ ସହିତ ଏକ ସୁନିଦ୍ଦିଷ୍ଟ ଧର୍ମ ବ୍ୟବସ୍ଥା, ସଂଶ୍ଳିଷ୍ଟ ସୁମଞ୍ଜସ ପ୍ରଥା, ଆଚାର, ପୂଜା, ପର୍ବ ସହ ଧର୍ମୀୟ ଓ ଦାର୍ଶନିକ ବିଶ୍ୱାସ, ବହୁ ପୁରୁଣାକାଳିଆ ଧ୍ୟାନ

ନୀଳ ନୟନୀ – ତପସ୍ୱିନୀ ଦାଶ

ଗପ ନୁହଁ ଜମା ଏକ ନିଛୁକ ସତ ଘଟଣା । ଯୁବ ଓକିଲ ଜଣକ ତରବର ହୋଇ କୋର୍ଟ ଛାଡିଲେ । ଯିବା ପୂର୍ବରୁ କୋଟ, ଗାଉନ, ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଲକର ରେ ରଖିଲେ । ଚାବି ବାମ ପକେଟ ରଖି ତରବର ହୋଇ ବସ ଆଡକୁ ମୁହାଁଇଲେ । ଏଠୁ ଯିବାକୁ ପଡ଼ିବ ପଚିଶ କିଲୋମିଟର ଦୂର ମାଣତ୍ରୀ ପାଖ । କାଲି ଶିବରାତ୍ରୀ, ଘରଣୀ ଙ୍କ

ଆଦିମତା – ଅମରେନ୍ଦ୍ର ଚୌଧୁରୀ ଓଝା

ମୌସୁମୀ ଆସିବ ବୋଲି କହୁଥିଲା.. ମୁଁ ବାରଣ କଲି.. କହିଲି, ଟିକେ ରହିଯାଅ । ମୋ ଦେହ ରେ ଏବେ ଅନେକ ତାତି.... ନିର୍ବାପିତ ହେବାକୁ ଦିଅ ମୋତେ ବୟସ ର ସୀମାରେଖା ନ ଟାଣି । ମୋ ଆଦି ମାନବ ମନ ର ଆଦିମ ଅଭିଳାଷ ସବୁ ପୂର୍ଣ୍ଣ ହେବାକୁ ହୁଏତ କିଛି ସମୟ ଲାଗିବ । ତେଣୁ, ଅପେକ୍ଷା କର ପଡ଼ିକାର୍ଡ ଧରି ଧାଡି ବାନ୍ଧି ଡିଲର ଙ୍କ ପାଖରେ ତେଲ, ଚିନି ପାଇଁ ଯେମିତି ଧାଡି ବାନ୍ଧନ୍ତି ସାଧାରଣ ଜନତା

କୋଣାର୍କ – ଧ୍ରୁବ ଚରଣ ବେହେରା

ଭବ୍ୟ କୋଣାର୍କର ରମ୍ୟ କାରୁକାର୍ଯ୍ୟ ହସୁଛି ଶିଳାରେ ଫୁଟି ଜୀବନ୍ତ କାହାଣୀ ଭେଟି ଦେଉଅଛି କଳାର ସେ ପରିପାଟୀ ।। ଆକାଶକୁ ଚାହିଁ ଦେଉଛି ବାରତା ମୁକ୍ତ ଓଢଣାକୁ ମେଲି ହସୁଅଛି ସହି ଅନେକ ଯନ୍ତ୍ରଣା ପ୍ରସ୍ତର ଚିତ୍ର କୁ ଖୋଲି ।। ନାଟ ମଣ୍ଡପଟି ଲାଗଇ ସୁନ୍ଦର ନର୍ତ୍ତକୀର ନୃତ୍ୟ ଛାଇ ଓଡିଶୀ ଠାଣିରେ କେଶ କିରଟିରେ ସତେ କି ଆସୁଛି ଧାଇଁ ।। ପାଦର ନୂପୁର ଦିଶୁଅଛି ଶୋଭା ମାଳରେ ଯେସନେ ମଲ୍ଲୀ ତ୍ରିଭଙ୍ଗୀ ତନୁରେ କର ବେନି ଦୁଇ ସତେକି ଆସଇ ଝୁଲି ।। ଆଖିରେ ତାହାର ହଜାରେ

ଚେଙ୍ଗ ବଗ ଆଉ ମେଘ – ବାମନ ଚନ୍ଦ୍ର ଦୀକ୍ଷିତ

ବଗୁଲା ବଗୁଲୀ ବସି ଥଂଟ ରେ ଥଂଟ କୁ ଘଷି ପୋଖରୀ ଭିତରେ ଖୋଜୁଛନ୍ତି ଟୋପେ ତଂଟି ତ ଗଲାଣି ଶୁଖି। ବଗୁଲା କହିଲା ଧିରେ କାତର ଆତୁର ସ୍ୱରେ ଏ ସନ ବରଷା ଆସିବନି କି ଲୋ ମନେ ମୋ ଆଶଙ୍କା ଭରେ। ବଗୁଲୀ ବିକଳ ଅତି ମୁଣ୍ଡ ନୁଏଇଁ ବସିଛି ଶୋଷ ରେ ଆକୁଳ ତାଳୁ ଶୁଖିଲାଣି କହି ପାରୁନାହିଁ କିଛି। ଚେଙ୍ଗ ମାଛ କାହିଁ ଥିଲା ଡେଇଁ ଡେଇଁକା ଆସିଲା ବଗୁଲାକୁ କହେ ଡରି ଡରିକା ସେ ଭାଇ ଭାଉଜର କ'ଣ ହେଲା। ବେକ କୁ ଉଠେଇ ବଗ ଚାହିଁଲା