କ୍ଷୁଦ୍ରଗଳ୍ପ – ବଣମଲ୍ଲୀ ହଜିଗଲା – ଶୁଭାଶିଷ ସେଠୀ

ସୁଦୂର ନିଘଁଚ ବନାନୀ ମଧ୍ୟରେ ଗୋଟେ ଆଦିବାସୀ ଗାଁ । ନା ଜଗୁଲଗୁଡା । ଗାଁ ନାଁ ଟା ପାଇଛି ବନ ଦେବୀ ମା ଜଗୁଳିଶୁଣି ଙ୍କ ନାଁ ରେ । ଗାଁ ର ଲୋକେ ଜାଣନ୍ତି, ମା ସେଠାରେ ସାକ୍ଷାତ ବିଦ୍ୟମାନ।ଡାକି ଦେଲେ ଓ କରନ୍ତି । ସେଠାରେ ଆଉ ଗୋଟେ ବଡ ବିଶ୍ୱାସ ଲୋକ ଙ୍କ ମନରେ ଅଛି ଯେ,ମା ଥିବା ଯାଏ,ଆମ ଗାଁ କୁ କୌଣସି ବିପଦ(ମହାମାରୀ) ଛାଇ ବି ମାଡିବନି । ପ୍ରାୟ ୪୦୦ ରୁ ୫୦୦ ଆଦିବାସୀ ଲୋକ ରହୁଥିବେ। ଗାଁ ର ସର୍ଦାର ହେଉଛନ୍ତି ମଗନ ମୁଣ୍ଡା । ମଗନ ମୁଣ୍ଡା ଧନୁ ଚାଳନା ରେ ଯେମିତି ମାହିର ଶିକାର କରିବାରେ ସେମିତି ନିପୁଣ।ଗାଁ ର ଟିକି ନିଖି ସେ ହିଁ ବୁଝନ୍ତି,ଆଉ ଫଇସଲା ସେ ହିଁ କରନ୍ତି।ତାଙ୍କୁ ଗାଁର ଲୋକ ମାନେ  ଭାରି, ଡରନ୍ତି ଆଉ ଭକ୍ତି ମଧ୍ୟ କରନ୍ତି । ମଗନ ମୁଣ୍ଡା ଙ୍କର ଅନ୍ୟ ଗୋଟେ ବିଶେଷତ୍ୱ ସେ ଗାଁ ର ଜବାନ୍ ମୁଣ୍ଡା ଙ୍କୁ ଧନୁରବିଦ୍ୟା ଆଉ ଜଡ଼ିବୁଟି ର ଜ୍ଞାନ ମଧ୍ୟ ଦିଅନ୍ତି।ସେଥି ପାଇଁ ତାଙ୍କୁ ସେଠାରେ ସଭିଏଁ ମାନନ୍ତି। ମଗନ ର ଗୋଟେ ଝିଅ ଅଛି ,ନା ତାର ବଣମଲ୍ଲୀ।ସେଇ ହେଉଛି ମଗନ ର ଟିକି ଦୁନିଆ ।ସର୍ଦାର ର ଝିଅ ,କିନ୍ତୁ କେବେ ତାକୁ କିଏ ହସୁଥିବା ର ଦେଖି ନାହାନ୍ତି।ତା ପଛରେ ବି ଲମ୍ବା କାହାଣୀ ଟିଏ।ସେ ଯେତାବଳେ ଏ ଦୁନିଆର ପ୍ରଥମ ନିଶ୍ୱାସ ଗ୍ରହଣ କଲା।ତାର ମା ସେତବଳେ ଶେଷ ନିଶ୍ୱାସ ଛାଡି ଦେଲା। ଗାଁ ର ଦେବୀ ପୂଜକ ଙ୍କୁ ଗାଁ ର ଦିତ୍ୱିଅ ଦିଅଁ ଭାବନ୍ତି ଗାଁ ର ଲୋକ ମାନେ।ସେ ଯାହା ଥରେ କହି ଦେଲେ,ସେଇଟା ମା ଙ୍କ ହୁକୁମ ଭାବି ମାନି ନିଅନ୍ତି ଲୋକେ।ସେ ସେତବଳେ କହି ଦେଲେ ଏ କନ୍ୟା ଆମ ଗାଁ ପ୍ରତି ବିପଦ।ଜନ୍ମ ହେଉ ହେଉ ମା କୁ ନେଇଗଲା ।ପରେ ଗାଁ କୁ ନବ। ଏଇଟା ଶୁଣି ସର୍ଦାର ପାଦ ତଳୁ ମାଟି ଖସି ଗଲା।ବହୁ କାକୁତି ମିନତି ହେଇ ଗୋଡ଼ ତଳେ ପଡି,କିଛି ଉପଚାର ପଚାରିଲେ, ତ ପୂଜକ କହିବା ଅନୁଯାୟୀ ଯଦି ଏହି ଅମଙ୍ଗଳିକ ଝିଅ ବାହା ହୁଏ ,ତା ହେଲେ ଏ ଗାଁ ର ପତନ ସୁନିଶ୍ଚିତ । ସର୍ଦାର ପଣ କଲେ ଯେ,ସେ ଜୀବନ ନେଇ ଥାଉ।ବାହା ହେବନି ସେ ।

ଗାଁ ର ଲୋକ ମାନେ ଯିଏ ଯାହା କହିଲେ ବି ,ନିଜେ ନିଜକୁ ବହୁତ ଘୃଣା କରେ ସେ ।ନିଜକୁ ସେ ତା ମା ର ମୃତ୍ୟୁ ପାଇଁ ଦାୟୀ କରେ।ଆଉ ନିଜକୁ ଧିକ୍କାର କରୁଥିଲା ଏମିତି ଅଭିସପ୍ତ ଜୀବନ ପାଇଁ।କୌଣସି ମା ସେମାନଂକ ପିଲାଙ୍କୁ ତା ସହ ଖେଳିବାକୁ ଦିଅନ୍ତିନି।କୌଣସି ଶୁଭକାମ ରେ ତା ର ଉପସ୍ଥିତି,ଲୋକ ମାନଙ୍କ ମନ ରେ ଅସନ୍ତୋଷ ଭରି ଦିଏ। କିନ୍ତୁ ସେ ହେଉଛି ସର୍ଦାର ର ଜୀବନ, ସେ ତାର ମା ବାପା ଉଭୟ ହେଇ ତାକୁ ପାପୁଲି ଟିଏ ରୁ ଏତେ ବଡ କରିଛନ୍ତି। ବାପା ତାର ଦିନ ବେଳା ଶିକାର କୁ ପାଳନ୍ତି।ତାର ସମୟ କଟେ ସେଇ ବଣ ମା ର ପିତୁଳା ସହ,କେଟବଳେ ମୂର୍ତି ନେଇ ମାଟିରେ ଗଡି ଯାଏ ତ କେତେବେଳେ ତାର ମା ହେଇ କେତେ ଯତ୍ନ ନିଅ,ଆଉ କେତେବେଳେ ଛାତିରେ ଚାପି ରଖି ଟିକି ଟିକି ଓଠରେ କଣ କଣ କହି ଯାଏ । ଏମିତି ଏକା ଏକା ଜୀବନ ଭିତରେ ତାକୁ ଏବେ ଯୌବନ ଛୁଇଁଛି।ସେ ତା ଦେହରେ କିଛି ନୂଆ ନୂଆ ଅନୁଭବ ଅନୁଭବ କରି ପାରୁଛି।ଲାଜ ର ମାନେ ନୂଆ ନୂଆ ଜାଣି ପାରୁଛି।ଏଇ ଗଛ ପବନ ଫୁଲ ଚଢେଇ,ଯେମିତି ତା ଯୌବନ କୁ ଛୁଇଁବାକୁ ଚାହୁଁ ଥିବା ର ବୁଝି ପାରୁଛି।ଆଉ ଏମାନଙ୍କ ଭିତରେ କିଛି ନ ଜାଣି ନ ଜାଣି ବି ସେ କାହାକୁ ଖୋଜି ବୁଲୁଛି। ସର୍ଦାର ବାପା ଏବେ ବୁଝିପାରୁଛନ୍ତି ଝିଅର ପରିବର୍ତ୍ତନ,ସେଥିପାଇଁ ଶକ୍ତ ତାଗିଦ କରିଛନ୍ତି,ଆଉ ବୁଝେଇଛନ୍ତି,ବାହାର କୋଉଠିକି ଯିବା ପାଇଁ।ଆଉ କହି ଦେଇଛନ୍ତି ଏ ଦୁନିଆ ରେ ତୋର ଏଇ ବାପା ଛଡା କେହି ବି ନାହାନ୍ତି,ଆଉ କେହି ବି ହେବେନି। ସମୟର ଖେଳ ଯେ ଦେଖ ,ଥରେ ବଣ ମଲ୍ଲୀ,ଘର ଅଗଣା ରେ ବସିଛି।ହଠାତ ଗୋଟେ ଧନୁ ସର ଲଗା କ୍ଷତ ଧଳା କପୋତ ଟେ ତା ଉପରେ ପଡ଼ିଲା।କପୋତ କୁ ଦେଖି ସେ ଆଶ୍ଚର୍ଯ୍ୟ ହେଇ ଗଲା,ସଂଗେ ସଂଗେ ଘରକୁ ନେଇ ତାର ସେବାରେ ଲାଗିଗଲା।ମା ଙ୍କ ପାଦୁକ ଲଗେଇ ଦେଲା ହଳଦୀ ଲେପ ଦେଇ ତାକୁ ଆଉଁସି ଦେଉଥାଏ କି,ଗୋଟେ ମୁଣ୍ଡା ଯୁବକ ର ଡାକ ଶୁଭିଲା।ସେ ବାହାରି ଆସି ଗୋଟେ ଯୁବକ କୁ ପ୍ରଥମ ଥର ଏମିତି ପୂର୍ଣ ଭାବେ ଦେଖିଲା,ତା ବାପା ଙ୍କୁ ଡାକିବାକୁ ଆସୁଥିବା ପିଲାଙ୍କୁ କବାଟ ଫାଙ୍କରେ କେତେ ଦେଖିବାକୁ ଚେଷ୍ଟା କରିଛି।କିନ୍ତୁ ବାପା ଙ୍କ ଡର ରେ,କେବେ ବି ସୁଯୋଗ ପାଇନି ସେ। ଆଜି ପ୍ରଥମ ଥର ଦେଖି ଟିକେ ଡ଼ରିଗଲା  ବି ସେ।ପକ୍ଷୀ ଫେରେଇଲା ବେଳେ ତା ହାତ ରେ ସେ ଆଉ ଗୋଟେ ହାତ ର ଛୁଆଁ କୁ ଅନୁଭବ କରିଥିଲା।ଆଉ ତା ମନ ହଜି ଯାଇଥିଲା,ସେଇ କଳା ମଚ ମଚ ଦେହ ଭିତରେ,ଏବେ ପ୍ରତି ମୁହୂର୍ତ୍ତ ବି ସେ ସେଇ ଛୁଆଁ କୁ ଅନୁଭବ କରିବାକୁ ଲାଗିଲା।ସେ ଏବେ ଗୋଟେ ନୂଆ ଦୁନିରେ ଅଛି ବୋଲି ଅନୁଭବ କଲା।ମନେ ମନେ ହସିବା,ଭୂଇଁ ଉପରେ ଗୋଡ଼ ନଖ ଟାଣିବା,ନଖ ଖୁଣ୍ଟି ଖାଇବା,ହୋସ ରେ ନ ରହିବା,,,,ସେ ବୁଝି ପାରୁ ନ ଥିଲା ଏ ତାର କଁ ହେଉଛି। ଏଣେ ମଦନ ଜଙ୍ଗଲ ଭିତରେ କଇଁ ଟିକୁ ପାଇ ସେ ବି ଆଉ ସୋଇ ପାରୁନି, ତା ମନ ବି ରହିଯାଇଥିଲା, ମଲ୍କି ପାଖରେ,ଆଉ ସେ ମଲ୍ଲିର ବାସ୍ନା କୁ ସେ ଖୋଜୁଥିଲା,ସେଇ କପୋତ ଭିତରେ,ଯୋଉଥିରେ ଥିଲା ମଲ୍ଲୀ ହାତର ସ୍ପର୍ଶ।ସେ ବାରମ୍ବାର ତାକୁ ମୁହଁ ପାଖକୁ ନେଇ ଗେଲ କରୁଥିଲା ।ଅପେକ୍ଷା କରୁଥିଲା ପୁଣି ସକାଳ କୁ ,ସେଇ ନିଛାଟିଆ ଜହ୍ନ କୁ ଚାହିଁ ଚାହିଁ,।ମା କୁ ପଚାରିଥଲା ସର୍ଦାର ଝିଅ ବିଷୟରେ,ମା ଦରିକି କହିଥିଲେ,ଜମା ଯିବୁନୁ ତା ପାଖକୁ,ସେ ଡାହାଣୀ,ପିଲାବେଳେ ମା କୁ ଖାଇଛି,,କିନ୍ତୁ ସେ ତା ମନ କୁ ଉତ୍ତର ଦେଇ ପାରୁନି,ଏତେ କୋମଳ ମୁହଁ,ନିରୀହ ଚାହାଣୀ,କାହିଁକି ତାକୁ ମା ଏତେ କଷ୍ଟ ଦେଉଛନ୍ତି,ସକାଳ ହେଲା, ଲୁଚି ଲୁଚି ଜଗି ବସିଲା,ସର୍ଦାର ଗଲା ପରେ,ଆଉ ଟିକେ ଘର ପାଖକୁ ଯାଇ ଉଣ୍ଡି କି ଖୋଜି ବାକୁ ଲାଗିଲା, ।ମଲ୍ଲି ବି ତା ଆସିବା ବାଟକୁ ଚାହିଁ ବସିଥିଲା,।ମଦନ ଆସିଛି ବୋଲି ଜାଣି ,ଦେଖି ନ ଦେଖିବା ଭଳି ଅଭିନୟ କରିବାରେ ଲାଗିଗଲା,କାରଣ ତାକୁ ମଜା ଲାଗୁଥିଲା,ଯେ ତାକୁ କିଏ ଦେଖୁଛି ବୋଲି,।ଏମିତି କିଛି ଦିନ ଗଲା,ଆ ଭିତରେ ମଲ୍କି ର ମଦନ ପାଖକୁ ଯିବାର ଧାର୍ଯ୍ୟ ର ବନ୍ଧ ଭାଙ୍ଗିବାରେ ଲାଗିଲାଣି।ଶେଷରେ ପରସ୍ପର ନିକଟ ତର ହେଲେ।ଦୁହେଁ ପରସ୍ପର କୁ ପାଇ ଯେମିତି ସବୁ ଭୁଲି ଗଲେ,। ଗଢି ଉଠିଲା ପ୍ରେମ ର ସୌଧ ,ଖେଳିଗଲା ପ୍ରେମ ର ପହିଲି ପୁଲକ। ମଲ୍ଲୀ ର ଏକାକିତ୍ୱ କୁ ପୁରାଣ କରିବାକୁ ଏବେ ମିଳି ଯାଇଥିଲା ନୂଆ ସାଥି ଟିଏ ।

ଏହି ଭଳି ଆରମ୍ଭ ହେଲା ସେମାଙ୍କର ଲୁଚାଣିଆ ପ୍ରେମ କାହାଣୀ।ଦୁହେଁ ପରସ୍ପର କୁ ଚାହିଁ ବସିଲେ ନିଜ ନିଜ କୁ ଜୀବନ ସାଥି ରୂପେ।ମଦନ ର ବାହୁ ଘେରା ଭିତରେ ଯେମିତି ତାକୁ ମିଳି ଗଲା  ଦୁନିଆ ର ସବୁ ସୁଖ।ଦୁହେଁ ପରସ୍ପର କୁ ପାଇ ବହୁତ ଖୁସି ଥିଲେ। କିନ୍ତୁ ବହୁତ ଶୀଘ୍ର ସେମାନଂକ ପ୍ରେମ ରେ ଉଆଁସ ଅନ୍ଧାର ଘୋଟୀ ଆସିଲା,।।କେତେ ଦିନ ବା ଲୁଚି ରହି ଥାନ୍ତା।କଥାଟା ସର୍ଦାର କାନରେ ପଡ଼ିଲା,ସର୍ଦାର ରାଗରେ ନିଆଁ ହେଇ ଝିଅକୁ ମାରଧର କଲେ।ମଦନ ର ଘରେ ସତର୍କ କରେଇ ଆସିଲେ ।ପୂଜକ ଙ୍କ କଥାରେ ଦୁହିଁ କୁ ଥରେ ଥରେ ସୁଯୋଗ ଦିଆ ହେଲା, ସର୍ଦାର ଏବେ ଝିଅକୁ  ଜଗି ରହିଲେ। କିନ୍ତୁ ପ୍ରେମ ର ଯୋଉ ନିଆଁ ଟା କୁହୁଳିଛି,ସେ ଏତେ ଶୀଘ୍ର ତ ଲିବିବନି,।ଦୁହେଁ ପରସ୍ପର କୁ ଝୁରି ହେଲେ। ପାଗଳ ଭଳି ହେଲେ, ଟିକେ ପରସ୍ପର ର ମୁହଁ ଦେଖିବା କୁ।ଦିନକର କଣ ହେଲା ମଦନ ମଧ୍ୟ ରାତିରେ ମଲ୍କି କୁ ଦେଖା କରିବାକୁ ଆସିଲା।ଆଉ ମନସ୍ଥ କଲେ ଯେ ଏ ଜଙ୍ଗଲ ଛାଡି କେଉଁ ଆଡ଼େ ପଳେଇବା।ଏଠି ଆମ ପ୍ରେମ କୁ କେହି ବୁଝି ପାରିବେନି।ବଣ ଦେବୀ ବି ନୁହେଁ।ଚାଲ ତାଙ୍କୁ ସାକ୍ଷୀ ରଖି ଆମେ ବାହା ହୋଇ ଯିବା।ଏହା ଭାବି । ମଲ୍ଲୀ ଘରୁ ଗୋଡ଼ କାଢ଼ିଲା, ଦୁହେଁ ଧାଇଁଲେ ମାଆ ଙ୍କ ପାଖକୁ। ଲତା ଫୁଲ ରେ ଦୁଇଟି ମାଳ କଲେ,ମଦନ ସିନ୍ଦୁର ଭାରି ଦେଲା ମଲ୍ଲୀ ସିଂଥିରେ,ଆଜି ମଲ୍କି କିଶୋରୀ ରୁ ନାରୀ ପାଲଟି ଗଲା।ଫୁଲ ମାଳ ଦୁହେଁ ଦୁହିଁ କୁ ପିନ୍ଧେଇ ଦେଲେ।ଏହି ସମୟରେ ଗୋଟେ ଶକ୍ତ ଆଘାତରେ ଫୁଲ ମାଳ ସହ ଦୁଇ ଦୁଇଟା କଟା ମୁଣ୍ଡ ଭୂଇଁ ଉପରେ ପଡ଼ିଥିଲା।ଆଉ ତା ସହ ଗୋଟେ ପିତା ତାର ପିତୃତ୍ବ କୁ ହତ୍ୟା କରି,ଫର୍ଷା ଟିଏ ଧରି ଏକ ଲୟରେ ସେଇ ଆଖି ବୁଯା ମୁଣ୍ଡ କୁ ଚାହିଁ ଥିଲା ।ଆଉ ପଦେ କଥା ବାହାରୁ ଥିଲା କଣ୍ଠରୁ।ମୋ।ବଣମଲ୍ଲୀ ହ ଜିଗଲା………….


ରାୟଗଡା, ପୋ-ନାନ୍ତର,
ମହାକାଳପଡ଼ା, କେନ୍ଦ୍ରାପଡ଼ା

ମନ୍ତବ୍ୟ ରଖନ୍ତୁ: