ଆଲୋଚନା – ଭାରତୀୟ ସଂସ୍କୃତିର ପ୍ରତୀକ ରାମ – ଡକ୍ଟର ଲକ୍ଷ୍ମଣ ସାହୁ

ଭାରତୀୟ ରାଷ୍ଟ୍ରିୟ ରାଜନୀତିରେ ଧର୍ମ ଭାବନାକୁ ନେଇ ବିବାଦ କେବେ ଥମୁନି । ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣର ଝଡ କେବେ କମୁନାହିଁ ଓ ତାହାର ଅବସାନ କେବେ ସମ୍ଭବ ହୋଇନପାରେ । ବହୁବାର ରାମ ମନ୍ଦିର ନିର୍ମାଣକୁ କେନ୍ଦ୍ର କରି ରାଢନୈତିକ ଦଳ ପରସ୍ପର ଭିତରେ ବାକ୍ ବିତଣ୍ତା, ତର୍କ-ବିତର୍କ, ଯୁକ୍ତି ଘଟି ସମସ୍ୟା ସମାନ୍ଧନର ବାଟ ଫିଟିନାହିଁ, ବରଂ ଦିନକୁ ଦିନ ଏହା ଉଗ୍ରରୂପ ଧାରଣ କରୁଛି । ନିକଟରେ ଉଚ୍ଚତମ ନ୍ୟାୟାଳୟରେ ଭାଜପା ନେତା ସୁବ୍ରଂମନ୍ୟୁ ସ୍ୱାମୀ କହିଥିଲେ ଅଯୋଧ୍ୟା ବିବାଦର ସମାଧାନ ଲାଗି ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ଅଛୁ, ସମଗ୍ର ଦେଶ ଏସଂପର୍କରେ ଜାଣିବାକୁ ଉତ୍ସକତାର ସହ ଚାହିଁଛି । ନ୍ୟାୟାଳୟ ଏସଂପର୍କରେ ପୁନଃ ବିଚାର ଶୁଣାଣି ପାଇଁ କରାଯାଇ ମଧ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରି ନାହିଁ । ବାସ୍ତବରେ ଅଯୋଧ୍ୟା ବିବାଦ ଭାରତୀୟ ରାଜନୀତି, ଇତିହାସ ଅର୍ଥନୀତିକ ଓ ସାମାଜିକ କ୍ଷେତ୍ରରେ ଅନେକ ଖୋରାକ ଯୋଗାଇବାରେ ଲାଗିଛି ।

ଐତିହାସିକ ତଥ୍ୟାନୁଯାୟୀ 1853 ମସିହାରେ ପ୍ରଥମେ ଏହି ଜମିକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଘଟିଥିଲା । 1859 ମସିହାରେ ବିବାଦର କାରଣକୁ ଭିତ୍ତି କରି ଇଂରେଜ ମାନେ ହିନ୍ଦୁମାନଙ୍କ ପୂଜା ଓ ମୁସଲିମ୍ ମାନଙ୍କ ନମାଜ ପାଠପାଇଁ ଭିନ୍ନ ଭିନ୍ନ ରାସ୍ତା ସୃଷ୍ଟି କରିଥିଲେ, ପୁନଶ୍ଚ ଦୁଇ ସଂପ୍ରଦାୟରେ ବିବାଦକୁ ଦେଖି 1949 ମସିହାରେ କେନ୍ଦ୍ର ସରକାର ମନ୍ଦିରରେ ତାଲା ପକାଇ ଦେଇ ଥିଲେ । ପରେ କିନ୍ତୁ 1986 ମସିହାରେ ପୌଜବାଦ ଜିଲ୍ଲା ଅଦାଲତ ପୂଜା ଆରାଧନା ପାଇଁ ତାଲା ଖୋଲିବାକୁ ନିର୍ଦ୍ଦେଶ ଦେବାରୁ, ସେତେବେଳର କେନ୍ଦ୍ରରେ ଥିବା ରାଜୀବ ଗାନ୍ଧୀ ସରକାର ରାମ ମନ୍ଦିରର ତାଲା ଖୋଲିଥିଲେ । ରାମ ମନ୍ଦିର ବିବାଦର ଅନ୍ତ ନଘଟିବାରୁ ଶେଷରେ 1993 ମସିହାରେ ଲିବ୍ରାହମ ଆୟୋଗ ଗଠନ କରାଯାଇଥିଲା, ଫଳରେ ଆୟୋଗ ତିନିମାସ ମଧ୍ୟରେ ରିପୋଟ୍ ପ୍ରସ୍ତୁତ କରି ଦାଖଲ କରିଥିଲେ ମଧ୍ୟ ଅନେକ ବର୍ଷ ବିତିଗଲାଣି, କୌଣସି ପଦକ୍ଷେପ ନିଆଯାଇନାହିଁ । ପରେବି ଏହି ଆୟୋଗ ସାତଶହ ପୃଷ୍ଠାର ପ୍ରସ୍ତୁତ ରିପୋଟ୍ ତତ୍କାଳୀନ ପ୍ରଧାନମନ୍ତ୍ରି ମନମୋହନ ସିଂହ ଓ ଗୃହମନ୍ତ୍ରି ପି. ଚିତାମ୍ବରମଙ୍କୁ ପ୍ରଦାନ କରିଥିଲେ । ଦୀର୍ଘ ବର୍ଷଧରି ଏହି ଆୟୋଗ ପାଇଁ ପ୍ରାୟ ଆଠ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି ଓ ଏହାର କାର୍ଯ୍ୟକାଳ 48 ଥର ବଢାଇ ଦିଆଗଲା ପରେ 2009 ମସିହାରେ ଆୟୋଗ ତାର ଅନ୍ତିମ ତଥ୍ୟସମ୍ବଳିତ ରିପୋଟ୍ ଦାଖଲ କରିଛି ।

ରାମ ସଂସ୍କୃତିରେ ଅଛନ୍ତି ? ସେ କେବଳ ଭାରତୀୟ ମାନଙ୍କର ଆରାଧ୍ୟ ନୁହଁନ୍ତି, ଭାରତୀୟ ଧାର୍ମିକ ତଥା ସାଂସ୍କୃତିକ ବଳୟକୁ ପ୍ରତିନିଧି କରନ୍ତି । ଏ’ମରା ମରଣଶୀଳ ଜଗତରେ ରାମନାମ ଧାରଣରେ ତାର ସକଳ ପାପର କ୍ଷୟ ଘଟିବାର ଦୃଢ ବିଶ୍ୱାସ ଅଛି, ପ୍ରତ୍ୟେକ ଭାରତୀୟ ଯେକୌଣସି ପଥରେ ଗଲେ ବି କିଛିନା କିଛି ରୂପରେ ରାମ ଭାବନାତ୍ମକ ଭାବରେ ତା’ହୃଦୟରେ ଅବସ୍ଥାନ କରନ୍ତି । ପ୍ରତ୍ୟେକ ନାଗରିକଙ୍କ ହୃଦବୋଧ ହୁଏ, ଏଦେଶର ସାଂସ୍କୃତିକ ଭାବଧାରା କେବଳ ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ବିବାଦ ଘେରକୁ ଆସିଯାଇଛି । ଏମାନେ ଭାରତରୁ ବହୁ ଧନ, ରତ୍ନ ଲୁଟି ନେବାର ଫନ୍ଦି ଜାଣି ଧର୍ମ ଉପରେ ଅମୋଘ ଅସ୍ତ୍ର ପ୍ରୟୋଗ କରିବାର ଉପାୟ ପ୍ରସ୍ତୁତ କରିଥିଲେ । ଯଦିଅ ପରେ ସେସମୟର ଗୃହମନ୍ତ୍ରି ଥିବା ସରଦାର ପଟେଲ ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା କରାଯାଇଥିବା ହୀନ ଚକ୍ରାନ୍ତକୁ ଧ୍ୱଂସ କରିଥିଲେ । 1980 ମସିହାରେ ରାମ-ଜନ୍ମ ଭୂମି ମନ୍ଦିର ନିର୍ମାଣ ପାଇଁ ଉତ୍ତେଜନା ଦେଖା ଦେଇଥିଲା, ସେହି ସମୟରେ ସାହାବାନୀ ମାମଲାରେ ସର୍ବୋଚ୍ଚ ନ୍ୟାୟାଳଙ୍କ ନିସ୍ପତ୍ତି ଉପରେ କଂଗ୍ରେସ ସରକାର ପ୍ରଥମକରି ରାମ-ଜନ୍ମ ଭୂମି ମନ୍ଦିର ଫାଟକର ତାଲା ଖୋଲିବାକୁ ଚେଷ୍ଟାକରି ବିବାଦିତ ସ୍ଥଳରେ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିଥିଲେ ।

ଏକଥା ସତଯେ, ପ୍ରତ୍ୟେକ ରାଜନୈତିକ ଦଳ ରାମ ମନ୍ଦିରକୁ ନେଇ, ବା ଏହାକୁ ଧାର୍ମିକ ବିଷୟ କରି ଏଭଳି ଏକ ଲମ୍ବା ସମୟ ବଢାଇ ନିଜ ନିଜର ରାଜନୈତିକ ଫାଇଦା ଉଠାଇ ଚାଲିଛନ୍ତି । ଯାହା କେବଳ ରାମ ଭାରତୀୟ ସଂସ୍କୃତିର ପ୍ରତୀକ ଅଟନ୍ତି ଓ ଭାରତୀୟ ସାଂସ୍କୃତିକ ଏକତାର ମହାମନ୍ତ୍ର ସୂତ୍ର ମଧ୍ୟ ଏଥିରେ ଲୁଚି ରହିଛି । ଜୀବନର ଅନ୍ତିମ କାଳରେ ପବିତ୍ର ରାମ ନାମ ଉଂଚାରଣ ବା ଶ୍ରବଣରେ ମୁକ୍ତି ଅଛି, ମହାଯାତ୍ରା ବା ଟୋକେଇରେ ଶବ ଯାତ୍ରା ବେଳେ “ରାମନାମ ସତ୍ୟହେ” ମୁକ୍ତିର ଦ୍ୱାର ଖୋଲିଦିଏ ବୋଲି ଦୃଢ ବିଶ୍ୱାସ ରହି ଆସିଛି । ବାବର ଭାରତ ଆକ୍ରମଣ କରିଥିବାରୁ ରାମ ଜନ୍ମଭୂମି ଅଯୋଧ୍ୟାରେ ବାବର ମସ୍ଛିଦ କରାନଦେବାର ସଂକଳ୍ପ ଆଗାମି ସକାଳେ କଣ ଘଟିପାରେ (?) । ଧର୍ମକୁ ନେଇ ରାଜନୀତି : ଭାରତ ଏକ ଧର୍ମନିରେପେକ୍ଷ ରାଷ୍ଟ୍ର ବୋଲାଉ ଥିବା ବେଳେ ଏଠି ଧର୍ମକୁ ନେଇ ରାଜନୀତିକ ଖେଳ ଚାଲିଛି । ଏକଥା ଭୁଲିଯାଉଛେ ଯେ, ଏଭଳି ସଂକୀର୍ଣ୍ଣ ମନୋଭାବ ଦ୍ୱାରା କୌଣସି ଜାତି ବା ରାଷ୍ଟ୍ର ପୃଥିବୀରେ ମହାନ୍ ହୋଇ ପାରିନାହିଁ କି କେବେ ହୋଇପାରିବ ନାହିଁ ।


ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦

ମନ୍ତବ୍ୟ ରଖନ୍ତୁ: