ମଉସୁମୀ ଭାଇ ଆସିଲାଣି – ଶୁଭକାନ୍ତ ସାହୁ

ମଉସୁମୀ ଭାଇ ଆସିଲାଣି, ଅକାଶରେ ମେଘ ଭାସିଲାଣି ସବୁ କାମ ସାରି ଚାଷୀ ଭାଇ ପରା ଜମିଜମା ସବୁ ଚଷିଲାଣି । ଚାଷୀ ଭାଇ ତ ଚାହିଁଥିଲା, ତା ପ୍ରିୟ ଦିନ ଆସିଗଲା ଟୋପେ ଦିଟୋପା ଜଳ ପଡିଲେ ଭାବେ ଅସରେ ଦେବ ପରା । କିଏ କଲାରେ କିଏ କଲା ଆକାଶ ଟାକୁ କଳା କଳା ଗାତେ ଲୁଚିକା ବେଙ୍ଗ ରାବୁଛି ବରଷା ଦିନ ଆସିଗଲା । ଲୋକେ କହିଲେ ଯାହା ହେଉ, ମେଘୁଆ ପାଗ ହେଉଥାଉ ଖରାରେ

ଆସିଛି ରଜ – ଶୁଭକାନ୍ତ ସାହୁ

ଆସରେ ଆସ ଆସିଛି ରଜ ଆସ ଖେଳିବା ଦୋଳି, ଦୋଳି ଠେଲିବା ବସି ଝୁଲିବା ମିଠାମିଠା ଗୀତ ବୋଲି । ଆସରେ ଆସ ଆସିଛି ରଜ ଖାଇବା ପରା ପିଠା, କ୍ଷୀର ଚିନି କୁ ଏଣ୍ଡୁରି ପିଠା ଆହା କି ଲାଗେ ମିଠା । ଆସରେ ଆସ ଆସିଛି ରଜ ଲୋକେ ଖେଳିଲେ ଜୁଆ, ପ୍ରେକ୍ଷାଳୟକୁ ଚାଲିଲେ ଟୋକା ଆସିଛି ସିନେମା ନୂଆଁ । ଆସରେ ଆସ ଆସିଛି ରଜ ମନ୍ଦିର ପରା ଯିବା? ସଂକ୍ରାନ୍ତି କରି ଦେଖିବା ଦିଅଁ

ପ୍ରେମ ପୋଥି – ଲକ୍ଷ୍ମଣ କୁମାର ବେହେରା

ଅଠର ଶହ ଏକାବନ ସାଲ ଥିଲା ମେ ମାସ ଏଗାର, ହରିହର କୁଳ ମଣ୍ଡନ କରିଲେ, ବାସୁଦେବ ନାମେ ବିଖ୍ୟାତ ହୋଇଲେ । ଆନନ୍ଦେ ରାଜ୍ୟ ବିଭୋର ••• ହରିହର ଦେବଙ୍କ ଏକମାତ୍ର ପୁତ୍ର ସାହିତ୍ୟିକ ବାସୁଦେବ, ପଣ୍ଡିତ ସଭାର ଅନୁମୋଦନରେ, ଇଂରେଜ ସରକାର ଆଦେଶାନୁସାରେ । ହୋଇଲେ ନରେଶ, ବାମଣ୍ଡାର ହେଲା ଲାଭ ••• ମାତା ପିତା ପ୍ରଜା ପଣ୍ଡିତ ସକଳେ କଲେ ଉଚିତ ବିଚାର, ଉଦିତ ପ୍ରତାପ ସିଂହ ଦେବ ରାଜା, କଳାହାଣ୍ଡି ଗଡେ ପାଳୁଥିଲେ ପ୍ରଜା । ଆନନ୍ଦ ଚିତ୍ତରେ ପ୍ରସ୍ତାବ ପକାଇ କନ୍ଯା ମାଗିଲେ ବାସୁଦେବ ପାଇଁ ସତରେ, ମୁହୂର୍ତ୍ତ ଥିଲା ମଧୁର ••• ରାଜାଙ୍କର ଗେହ୍ଲୀ ପରାଣ କୁସୁମ ମଉନାବତୀ ଐଶ୍ବର୍ଯ୍ଯା, ମଧ୍ଯମା ସୁପୁତ୍ରୀ ମନୀଷା ସୁନ୍ଦରୀ, ଗିରିରାଜ କୁମାରୀ ସୁଶୀଳା

ପ୍ରେମ ପୋଥି – ଲକ୍ଷ୍ମଣ କୁମାର ବେହେରା

ପ୍ରତାପ ରୁଦ୍ର ଙ୍କ ପୁତ୍ର ସର୍ବେଶ୍ବର ବୀରବର ତେଜିୟାନ, ଥିଲେ ସତ୍ୟ ପ୍ରିୟ ଭଦ୍ର-ନମ୍ର-ଶାନ୍ତ, ଆଧ୍ୟାତ୍ମିକବାଦୀ ଉତ୍ତମ ଚରିତ୍ର । ସୁସେବକ ନିଷ୍ଠାବାନ ••• ରାଜା ଦିନେ- ନୂତନ ଉଆସ ତୋଳାଇବା ପାଇଁ ବାହାରିଲେ ସ୍ଥାନ ଖୋଜି, ଦେ ଗାଆଁ ଠାରୁ ପ୍ରପାତ ଦିଗରେ, ଦେଖିଲେ ଅଦ୍ଭୁତ କ୍ରୋଶେ ଗଲା ପରେ । କପୋତ-ଛଞ୍ଚାଣ ଯୁଦ୍ଧ, ଛଞ୍ଚାଣ, ରକ୍ତେ ଯାଇଥିଲା ଭିଜି ••• କପୋତ ରକ୍ତାକ୍ତ କରେ ଛଞ୍ଚାଣକୁ ରାଜା ଦେଖି ଆନନ୍ଦିତ, ଭାବିଲେ ଅନ୍ତରେ ନିଶ୍ଚେଁ ଏହି ସ୍ଥାନ, ଅଟେ ବୀର ଭୂମି କରିବା ନିର୍ମାଣ । ନୂଆଁ ପ୍ରାସାଦ ନିଶ୍ଚିତ ••• ଖାଦ୍ୟ ମାରୁ ଅଛି ଖାଦକକୁ ଯହିଁ ପରାଣେ ନ ରଖି ଭୟ, ଯଶ-କିର୍ତ୍ତୀ ନିଶ୍ଚେଁ ବଢିବ ଆମ୍ଭର, ଏଇ କଥା

ଆଠଟି ପାପ – ସନ୍ତୋଷ ପଟ୍ଟନାୟକ

ଏକଦା କାଳିଦାସ ସହର ପରିକ୍ରମା କରୁଥିବା ସମୟରେ ତାଙ୍କର ନଜର ପଡ଼ିଲା ଏକ ମହିଳାଂକ ଉପରେ । ମହିଳା ଜଣକ ରାସ୍ତା କଡରେ ଏକ ମାଟି କଳସିରେ କିଛି ପାନୀୟ ଦ୍ରବ୍ୟ ଓ ପାଖରେ ପିଇବା ପାଇଁ କିଛି ପାତ୍ର ଧରି ବସିଥିଲେ । କାଳିଦାସ ତୃଷାର୍ତ୍ତ ଥିଲେ । ତେଣୁ ସେ ତୃଷା ମେଣ୍ଟାଇବା ଉଦ୍ଦେଶ୍ୟରେ ଉକ୍ତ ମହିଳାଙ୍କ ପାଖରେ ପହଞ୍ଚିଲେ । କାଳିଦାସ ମହିଳାଙ୍କ ପାଖରେ ପହଞ୍ଚି ପଚାରିଲେ- “ଆପଣ

ଭାଵିଵା ଯଦିଓ ଥରେ – ଜିତେନ୍ଦ୍ର ସାହୁ

ଫିଙ୍ଗିବା ଆଗରୁ କୌଣସି ଚିଜକୁ ଭାବିବା ଯଦିଓ ଥରେ, ପଚସଢା ସବୁ ଦୁର୍ଗନ୍ଧକୁ ନେଇ ରୋଗ ପଶନ୍ତାନି ଘରେ,,।। ଆମେ ଯଦି ଆମ ପରିବେଶଟିକୁ ନ ରଖିବା ନିରିମଳ, ପ୍ରଦୁଷଣ ହେବ ବାୟୁ ଓ ମୃତ୍ତିକା ତା ସଙ୍ଗେ ପାନୀୟ ଜଳ,,।। ନିଶ୍ବାସରେ ଆମ ବିଷାକ୍ତର ଗ୍ୟାସ କରିବା ସର୍ବେ ଗ୍ରହଣ, ଦୂଷିତ ଜଳକୁ ପାନକରି ଅାହା କରିବା ମୃତ୍ୟୁ ବରଣ,,।। ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

ପାଠ – ହୃଷୀକେଶ ପାଢୀ

ମନ ଲଗାଇ ପଢିଲେ ପାଠ ହୋଇବା ଆମେ ଜୀବନେ ଚାଟ ଜାଣିବା କେତେ କଥା ..... ଦେଶେ ବିଦେଶେ ରଖିବା ମାନ ସର୍ବେ ପ୍ରଶଂସିବେ ଆମରି ଗୁଣ ଏକଥା ମନେ ରଖିଥା ॥୧॥ ପାଠ ଆମକୁ ଦେଖାଏ ବାଟ ପାଠ ବିନା ଏ ଜୀବନ ବ୍ଯର୍ଥ ପାଠ କୁ ହେଜୁ ଥା..... ପାଠ ବଳରେ ଏ ମହୀମଣ୍ଡଳେ ଜଗତ ଜିତୁ ଥା ॥୨॥ ଆଡଭୋକେଟ ହୃଷୀକେଶ ପାଢୀ, ସଂପାଦକ- ନୀଳଚକ୍ର ପ୍ରକାଶନ, ବୋଳକଣା, ଡେଲାଙ୍ଗ, ପୁରୀ, ମୋ-୭୯୭୮୫୮୨୪୨୮

ଶିକ୍ଷା – ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷା ବିନା ଜୀବନ ଯେ ଅଟଇ ଅନ୍ଧାର, ଶିକ୍ଷା କରେ ଜୀବନକୁ ସରସ ସୁନ୍ଦର । ଶିକ୍ଷା ବଳେ ପଗୁଂ ଯେ ଲଘୁଂଅଛି ଗିରି, ଶିକ୍ଷା ଯୋଗୁଁ ବ୍ୟକ୍ତି ହୁଏ ଅମର ମରି କରି । ଶିକ୍ଷା ବିନା ଜୀବନ ଯେ ନୁହଁଇ ଜୀବନ, ଶିକ୍ଷା ବିନା ବ୍ୟକ୍ତି ହୁଏ ଭାରି ହୀନିମାନ । ଶିକ୍ଷା ଅଟେ ଜୀବନର ଆଲୋକବର୍ତିକା, ଶିକ୍ଷା ନୁହେଁ ଜମାରୁ ଯେ ମାୟା ମରୀଚିକା । ଶିକ୍ଷା ପଛେ ଧାଏଁ ଯିଏ ସେ ହୁଏ ବିଜୟୀ, ଅଶିକ୍ଷିତ ଗହଳିରେ

ମୁନାର ସପନ ଦେଖା – ପ୍ରୀତିପ୍ରିୟା ମହାନ୍ତି

ଦେଖିଲା ମୁନା ସପନେ ଦିନେ ଆସିଛି ଏକ ପରି, ଝିକମିକ୍ ତା' ପୋଷାକେ ଲଗା ଚିକିମିକିଆ ଜରି । ଆତୁର ହୋଇ କହିଲା ମୁନା ପରି କାନରେ ଥିରି, ଆମ ରାଇଜ ବୁଲାଇ ଦେବି ନିଅ ମତେ ମିତ କରି । ଖୁସିରେ ମୁନା ମାରିଲା ଡିଆଁ ପରିକୁ ପାଖେ ପାଇ, କହିଲା ମୁନା ଯିବନି ଛାଡ଼ି ଏକାକୀ କରି ଦେଇ । ଖେଳିଲେ ଦୁହେଁ ଖୁସି ମନରେ ହାତ କୁ ହାତ ଛନ୍ଦି, ନାଚିନାଚିକା,ଗାଇଗାଇକା କରିଲେ କୁଦାକୁଦି । ହଠାତ ମା' ଡା଼କିଲେ ମୁନା ଉଠ ସକାଳ ହେଲା, ନିଦରୁ ଉଠି ଦେଖିଲା ସିଏ ପାଖେ