ବହି ସବୁଠୁ ଭଲ ସାଥୀ – ଶୁଭକାନ୍ତ ସାହୁ

ବହି ଠାରୁ ବଡ ସାଥୀ କିଏ ନାହିଁ ଜାଣିଥାଅ ଟି ପିଲାଏ, ଦୁନିଆଁ ଯାକର ଯେତେ ନୂଆଁ କଥା ସବୁ ଆଣି ଥୋଇଦିଏ । ଦୁନିଆଁ ର ଭଲ ମନ୍ଦ ଜାଣିବାକୁ ପଢିବାକୁ ହେବ ବହି, ବହି ନ ପଢିଲେ ମୁରୁଖ ହୋଇଲେ ଆଗକୁ ବଢିବା ନାହିଁ । ସର୍ବଶିକ୍ଷା ଅଭିଯାନ ତେଣୁକରି ଏହି କଥା କହୁଥାଏ, ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ଆମ ସରକାର ଚାହେଁ । ହସି ଖେଳି ଆସ ପଢିବାରେ ପିଲେ ହୋଇବା ଉତ୍ତମ ଚାଟ, ପାଠ ଶାଠ ପଢି ଜ୍ଞାନୀ ବୋଲାଇବା ଅନ୍ଧାରେ ପାଇବା ବାଟ

ଦୋଳ ପୁନେଇଁ – ଶୁଭକାନ୍ତ ସାହୁ

ଇକନ ମିକନ ଚକନ ଚାଇଁ, ଆସିଅଛି ଆଜି ଦୋଳ ପୁନେଇଁ । ଦୋଳରେ ଝୁଲୁଛି କଳା କହ୍ନେଇଁ, ହୋଲି ଖେଳ ଆଜି ଦେଲା ଜମେଇ । ସମସ୍ତେ ଏକାଠି ଖେଳିଲେ ହୋଲି, ନାନା ରଙ୍ଗ ଫଗୁ ହୋଇଲେ ବୋଳି । କେତେ ମଜା ଏଇ ରଙ୍ଗୋଲି ଦୋଳ, ଆନନ୍ଦର ରଙ୍ଗେ ଦେଉଛି ଖେଳ । ଶୁଭକାନ୍ତ ସାହୁ (ଶିକ୍ଷକ) ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଞ୍ଜାମ ମୋବାଇଲ୍-୯୮୬୧୭୩୨୨୫୬

ବିଶ୍ଵସ୍ତ ଭୃତ୍ୟ – ପଞ୍ଚତନ୍ତ୍ର କାହାଣୀ

ନିଶା ଗରଜୁଥାଏ, ଠିକ୍ ସେହି ମୁହୂର୍ତ୍ତରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀ ମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ

କଳି କରନା କେହି – ଶୁଭକାନ୍ତ ସାହୁ

ପାଠ ପଢା ସରିଗଲା ହେଲା ଛୁଟି ବେଳ, ଆସରେ ପିଲେ ଖେଳିବା ଆମେ ନା ନା ରକମ ଖେଳ । ମୁନା ମୁନି ପଡ଼ିଆ ଗଲେ ସାଙ୍ଗରେ ବଲ୍ ନେଇ, ଝଗଡ଼ା କଲେ ଭଉଣୀ ଭାଇ ବଲ୍ ଧରିବା ପାଇଁ। ମୁନା କହିଲା ମୁଁ ଆଗ ଖେଳେ ମୁନି କହିଲା ମୁଁହିଁ, ଦୁଇ କଳିରୁ ଅନ୍ଯର ଲାଭ କଳି କରନା କେହି । ଶୁଭକାନ୍ତ ସାହୁ ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ ମୋ:୯୦୪୦୩୨୦୧୮୬

ଖରା ଦିନରେ ବର୍ଷା – ପ୍ରକାଶ ସାହୁ

ଭିଷଣ ଖରା ଅସହ୍ୟ ତାତି ପାଣି ର ହେଲା ନାଶ ଧରଣୀ ଆଜି ଡାକୁଛି ବସି ମେଘ ନାନୀ ତୁମେ ଆସ ଡାକ ଶୁଣିକି ଆସିଲା ନାନୀ ଥଣ୍ଡା ପବନ ସାଥେ ଅନେକ ଦିନ କରି ଅପେକ୍ଷା ମୟୁର ଅପା ନାଚେ ଆକାଶ କୋଳୁ ବର୍ଷା ର ବୁନ୍ଦା ପଡିଲା ଧୀରେ ଖସି ଘାସ ଫୁଲ ରେ ଥିରିକିନା ଖୁସି ରେ ଗଲା ବସି ଥଣ୍ଡା ପବନ ଯାନ ରେ ବସି ବହିଲା ଶିରିଶିରି ଘାସ ଫୁଲ ଟି ହସିଲା ଯହିଁ ହସ ତାର କିରିକରି ଚହଟି ଗଲା ଘାସ ଫୁଲଟି ବାଆ ଦୋଳି

ପରିଶ୍ରମ – ପ୍ରକାଶ ସାହୁ

ଅଳପ ପଡିଥିଲା ଖରା ସୁନ୍ଦର ଦିଶୁଥିଲା ଧରା ମଧୁର ସଖାଳ ପବନ କିଣି ନେଉଥିଲା ମନ କୋମଳ ସବୁଜ ଘାସ ଧରଣୀ ଦେହେ ବାସ ଝିନ୍ତିକା ଟିଏ ଡେଇଁ ଡେଇଁ ଘାସେ ନାଚିଲା ଥେଇ ଥେଇ ଗାଇଲା ଗୀତ କେତେ ରଙ୍ଗେ ଖୋଜିଲା ସାଥି ନିଜ ସଙ୍ଗେ ପିମ୍ପୁଡି ଟିଏ ଦେଖି ବାଟେ ଭାବିଲା ନାଚିବ ତା ସାଥେ ଡାକିଲା"ହେ ପିମ୍ପୁଡି ଭାଇ" କିବା ବିକଳେ ଅଛ ଧାଇଁ ଆସ ଏଇନେ ବସ ପାଶେ ଖୁସି ଭରିଦେବି ତୁମ ମନେ ଏତିକି ରଖ ହେ ବିଶ୍ୱାସ ଦେଖୁଛ ମାଡି ଆସେ ଖରା ଶୁଖିଯିବ ଏହି ଶୁଷ୍କ

ଶିଶୁ କବିତା – କାଉ ଓ ବିଲୁଆ – ଶୁଭକାନ୍ତ ସାହୁ

ଏକଦା ଏକ କାକ, ମାଂସ ଖଣ୍ଡିଏ କେଉଁଠୁ ପାଇ ଗଛେ ବସିଲା ଦେଖ । ବିଲୁଆଟିଏ କାହୁଁ, ମିଳିଲା ସେଠି କାକେ ପ୍ରଶଂସି ରଡିଲା ହୁକେ ହୋ । ମିଛ ପ୍ରଶଂସା କରି, ଭାବେ କାକଠୁ ମାଂସ ଖଣ୍ଡିକ କେମିତି ନେବ ମାରି । କୋକିଳ ଲଜ୍ଜା ପାଇ, ତୁମ କଣ୍ଠୁ ମଧୁ ଗୀତ ଶୁଣିଲେ ମରିବ କେଉଁଠି ଯାଇ । କୁଆ ତ ଚତୁର ଅତି, ମାଂସକୁ ଗଛେ ରଖି ଯତନେ ଖୋଲିଲା ତାର ପାଟି । କର୍କଶ କଣ୍ଠେ ତାର, ଏମିତି କାକ ରଡି ଛାଡିଲା ବୃକ ହେଲା ବଧିର । ଶୃଗାଳ

ଶିଶୁଗଳ୍ପ – ପିମ୍ପୁଡିର ବାହାଘର – ଅଂଶୁମାନ ପଟ୍ଟନାୟକ

ଦିନେ ବିଲୁଆନନା ପିମ୍ପୁଡିର ଘରକୁ ହାତୀର ବାହାଘର ପ୍ରସ୍ତାବ ନେଇ ଆସିଲା । ପିମ୍ପୁଡି ପ୍ରସ୍ତାବରେ ରାଜିହେଲା । ତେଣୁ ସେମାନେ ବାହାଘର କରିବା ପାଇଁ ଦିନ ସ୍ଥିରକଲେ । ବାହାଘର ଦିନ ଆସିଲା, ବରକନ୍ୟା ବେଦୀକୁ ଆସିଲେ, ଆଉ କୁକୁର ହୁଳହୁଳି ପକାଇଲା । ମୂଷା-ବ୍ରାହ୍ମଣ ମନ୍ତ୍ରପାଠ କରି ସେମାନଙ୍କର ବାହାଘର କରାଇଲେ । ତା'ପରେ ଭୋଜି ହେଲା । ଭୋଜିରେ ଭାତ, ଡାଲି, ଖଟା, ତରକାରୀ, ଖିରୀ

ଶିଶୁ କବିତା – ଆମ ସଂପଦ – ଧ୍ରୁବ ଚରଣ ବେହେରା

ନଦୀ ବଞ୍ଚାଇବା ଆମେରେ ଭାଇ ଗଛ ଲତା କତେ ଦେବା ଲଗାଇ ।। ଖାଲି ଅଛି ଯେତେ ଗୋଚର ଜମି କୃତିମ ଉପାଏ ହସିବ ଭୂମି ।। କେତେ ନଈ ନାଳ ଗଲାଣି ସୁଖି ହା ହା କାର ମାଡି ଆସିବ ଦେଖି ।। ନଦୀ ଚାରି ପାଖେ ଲଗାଅ ଗଛ ଫୁଲ ଫଳ ଭରା ପ୍ରକୃତି ସ୍ଵଛ ।। ଶୀତଳ ପବନ ବହିବ ଜାଣି ସମୟରେ ବର୍ଷା ହୋଇବ ପୁଣି ।। ଜଙ୍ଗଲ ନ କାଟି ଲଗାଅ ଚାରା ଶବୁଜିମା କୋଳେ ହସିବ ଧରା